ଏୟାରଟେଲ୍‌ ପ୍ରତିଷ୍ଠା କରିବ ବିଶ୍ୱବିଦ୍ୟାଳୟ; ମାଗଣାରେ ପାଠ ପଢ଼ିବେ ଗରିବ ଛାତ୍ର

ମୁମ୍ବାଇ: ଟେଲିକମ୍‌ ବ୍ୟାରନ୍‌ ସୁନିଲ ମିତଲ ତାଙ୍କ ବ୍ୟବସାୟରୁ ହୋଇଥିବା ଲାଭର ୧୦ ପ୍ରତିଶତ ଅର୍ଥାତ୍‌ ୭୦୦୦ କୋଟି ଟଙ୍କା ଜନକଲ୍ୟାଣ କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି। ଏୟାରଟେଲର ମାଲିକ ସୁନୀଲ ମିତଲ କହିଛନ୍ତି ଯେ ଏହି ଅର୍ଥ ତାଙ୍କ ବ୍ୟାବସାୟିକ ସଂଗଠନର ଦାତବ୍ୟ ଅନୁଷ୍ଠାନ ଭାରତୀ ଫାଉଣ୍ଡେସନ୍‌ ଜରିଆରେ କରାଯାଉଛି।

ଭାରତୀ ଫାଉଣ୍ଡସନ ପକ୍ଷରୁ ଖୁବ୍‌ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ସତ୍ୟଭାରତୀ ବିଶ୍ୱବିଦ୍ୟାଳୟ। ସମାଜରେ ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ଯୁବକଙ୍କୁ ମାଗାଣା ଶିକ୍ଷା ଯୋଗେଇବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଛି ବୋଲି କହିଛନ୍ତି ଭାରତୀ ପରିବାର ।

ସୂଚନା ଅନୁଯାୟୀ, ଏହି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ନୂତନ ପାଠ୍ୟକ୍ରମ ପ୍ରଚଳିତ ହେବ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଇଣ୍ଟରନେଟ ଏବଂ ରୋବୋଟିକ ସାଇନ୍ସ ସମ୍ବନ୍ଧିତ ପାଠ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଖୋଲାଯିବ।୨୦୨୧ ସୁଦ୍ଧା ଉତ୍ତର ଭାରତରେସତ୍ୟଭାରତୀ ବିଶ୍ୱବିଦ୍ୟାଳୟ ନିର୍ମାଣହେବା। ଏହି ପ୍ରୋଜେକ୍ଟ ପାଇଁ ଭୂମି ଠିକ ହୋଇଥିବା ବେଳେ ପ୍ରସ୍ତାବିତ ଧନର ବହୁ ଅଂଶ ବିଶ୍ୱବିଦ୍ୟାଳୟରେ ବ୍ୟବହାର କରାଯାଇଛି।

ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷରେ ୧୦୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ବୋଲି କହିଛନ୍ତି ମିତଲ। ଏହି ଜନକଲ୍ୟାଣ କାମରେ ମିତଲଙ୍କ ସହ ହାତମିଳାଇଛନ୍ତି ଇନଫୋସିସ ସହ -ପ୍ରତିଷ୍ଠାତା ଏବଂ ଟେକ ଟାଇଟାନ ନନ୍ଦନ ନିଲେକାନି ଏବଂ ତାଙ୍କ ପତ୍ନୀ ରୋଶନି ନିଲେକାନି। ସେମାନେ ତାଙ୍କ ସଂପତ୍ତିର ଅଧା ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର