ଭାରତୀ ପରିବାର ଦାନ କଲେ ୭୦୦୦ କୋଟି

ନୂଆଦିଲ୍ଲୀ: ସୁନିଲ ଭାରତୀ ମିତ୍ତଲଙ୍କ ଦ୍ୱାରା ପରିଚାଳିତ ଭାରତୀ ପରିବାର ପକ୍ଷରୁ ଦାତବ୍ୟ କାର୍ଯ୍ୟ ନିମନ୍ତେ ୭୦୦୦ କୋଟି ଟଙ୍କା ଦାନ କରାଯାଇଛି। ଏହା ହେଉଛି ସେମାନଙ୍କ ନିଜସ୍ୱ ସମ୍ପତ୍ତିର ୧୦% ସହ ସମାନ। ଏଥିରେ ମଧ୍ୟରେ ରହିଛି ଭାରତୀ ଏୟାରଟେଲ୍‌ର ୩% ଅଂଶଧନ। ଏହି ଅର୍ଥରାଶି ଭାରତୀ ଫାଉଣ୍ଡେସନକୁ ଦାନ କରାଯାଇଛି। ଏହି ଅର୍ଥରାଶି ଜରିଆରେ ଫାଉଣ୍ଡେସନ ଏହାର କାର୍ଯ୍ୟକ୍ରମକୁ ବିସ୍ତାର କରିପାରିବ। ସୁନିଲ ମିତ୍ତଲ କହିଛନ୍ତି ଯେ ଭାରତୀ ପରିବାର ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣଠାରୁ ଆରମ୍ଭ କରି ଉପେକ୍ଷୀତ ଲୋକମାନଙ୍କ ଉତଥାନ୍‌ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଭାରତୀ ଫାଉଣ୍ଡେସନ କାମ କରୁଛି। ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

ସମ୍ବନ୍ଧିତ ଖବର