ଭୋପାଳ: ଦେଶର ସର୍ବପ୍ରଥମ ଓ ଏକମାତ୍ର ରେଳ ଷ୍ଟେସନ୍ ଭାବେ ଭୋପାଳ ଷ୍ଟେସନ୍ରେ ଏବେ ସ୍ଥାପନା କରାଯାଇଛି ଏକ ‘ସାନିଟାରି ନାପ୍କିନ୍’ ଭେଣ୍ଡିଂ ମେସିନ୍। ଭୋପାଳ ଜଙ୍କସନ୍ ଦେଇ ଟ୍ରେନ୍ରେ ଯାତାୟାତ କରୁଥିବା ମହିଳା ରେଳ ଯାତ୍ରୀମାନେ ଏବେ ଭୋପାଳ ରେଳ ଷ୍ଟେସନ୍ରୁ ସ୍ୱଳ୍ପ ମୂଲ୍ୟ ବିନିମୟରେ ‘ସାନିଟାରି ନାପ୍କିନ୍’ ପାଇବାରେ ସମର୍ଥ ହୋଇପାରିବେ। ଯେ କେହି ମହିଳା ଯାତ୍ରୀ ଷ୍ଟେସନ୍ରେ ଲାଗିଥିବା ଭେଣ୍ଡିଂ ମେସିନ୍ରେ ଏକ ପାଞ୍ଚ ଟଙ୍କିଆ କଏନ୍ ଗଳାଇଲେ ତାଙ୍କୁ ପ୍ରତିବଦଳରେ ଭେଣ୍ଡିଂ ମେସିନ୍ରୁ ମିଳିବ ଦୁଇଟି ‘ସାନିଟାରି ନାପ୍କିନ୍’।
ଏହି ‘ସାନିଟାରି ନାପ୍କିନ୍’ ଭେଣ୍ଡିଂ ମେସିନ୍ ଦ୍ୱାରା ମହିଳା ରେଳଯାତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ମହିଳାମାନେ ମଧ୍ୟ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଭୋପାଳ ଡିଭିଜନାଲ ରେଲେଓ୍ଵ ମ୍ୟାନେଜର (ଡିଆର୍ଏମ୍) ଶୋଭନା ଚୌଧୁରୀ ଅଶାବ୍ୟକ୍ତ କରିଛନ୍ତି।