ବିଡିଜି ମେଟାଲ୍‌ ଆଣ୍ଡ ପାଓ୍ଵାରକୁ ‘ଇସ୍ପାତ ଉଦ୍ୟୋଗ ରତ୍ନ ପୁରସ୍କାର’

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇଣ୍ଡକ୍ସନ୍‌ ଫର୍ଣ୍ଣାସେସ୍‌ ଆସୋସିଏସନ୍‌ (ଏଆଇଆଇଏଫ୍‌ଏ) ପକ୍ଷରୁ ଲା’ ମେରିଡିଆନ୍‌ ହୋଟେଲ୍‌ରେ ଆୟୋଜନ କରାଯାଇଥିବା ୩୧ତମ ଜାତୀୟ ସମ୍ମିଳନୀରେ ବିଡିଜି ମେଟାଲ୍‌ ଆଣ୍ଡ ପାଓ୍ଵାର ଲିମିଟେଡ୍‌କୁ ଇସ୍ପାତ ଉଦ୍ୟୋଗ ରତ୍ନ ପୁରସ୍କାର ୨୦୧୭ ପ୍ରଦାନ କରାଯାଇଛି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କଠାରୁ କଂପାନିର ଅଧ୍ୟକ୍ଷ ରମେଶ ଗୋୟଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସଂଘ ପକ୍ଷରୁ ପ୍ରତିବର୍ଷ ଇଣ୍ଡକ୍ସନ୍‌ ଫର୍ଣ୍ଣାସ୍‌ ୟୁନିଟ୍‌କୁ ଧାତୁ ନାୟକ ପୁରସ୍କାର ଏବଂ ରୋଲିଂ, ରି-ରୋଲିଂ ମିଲ୍‌କୁ ଇସ୍ପାତ ଉଦ୍ୟୋଗ ରତ୍ନ ପୁରସ୍କାର ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର