ବିଗ୍ ବଜାରର ମହାବଚତ୍ ଅଫର

ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ମହାବଚତ୍ ଅଫର ଘୋଷଣା କରାଯାଇଛି। ଏହା ଚଳିତ ମାସ ୯ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଫର କଂପାନିର ଷ୍ଟୋର୍‌ରେ ଏବଂ ଅନ୍‌ଲାଇନ୍‌ କିଣାକିଣିରେ ଉପଲବ୍ଧ ହେବ। ଗ୍ରାହକମାନେ ବିଗ୍ ବଜାର ଆପ୍ ଓ shop.bigbazaar.com ୱେବସାଇଟ୍ ଜରିଆରେ ମଧ୍ୟ କିଣାକିଣି କରିପାରିବେ। ତିନି ହଜାର ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ୍‌ କଲେ ମାଗଣାରେ ଅଟା, ଡାଲି ଓ ଚାଉଳ ମିଳିବ। ଗ୍ରାହକମାନେ ‌ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଫେସନ୍, ହୋମ୍ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଆଦି ବର୍ଗରେ ଅନେକ ଆକର୍ଷଣୀୟ ଅଫର ଓ ଡିଲ୍ ପାଇପାରିବେ। ଏହା ବ୍ୟତୀତ ଅତିରିକ୍ତ ବ୍ୟାଙ୍କ ରିହାତି ଭଳି ସୁବିଧା ମିଳିବ। କେତେକ ଖାଦ୍ୟ ଓ ପର୍ସନାଲ୍ କେୟାର ବ୍ରାଣ୍ଡ୍‌ ଉପରେ ଦୁଇଟି କିଣିଲେ ଗୋଟିଏ ମାଗଣା ଭଳି ଅଫର ରହିଛି। ପୁରୁଷ, ମହିଳା ଓ ଶିଶୁଙ୍କ ଫେସନ୍ ସାମଗ୍ରୀ ଓ ଜୋତା ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ଅଫର ରହିଛି। ପିଜନ୍ କିଚେନ୍ କମ୍ବିର ମୂଲ୍ୟ ୧୪,୭୮୦ ଟଙ୍କା ରହିଛି ଯେଉଁଥିରେ ଗ୍ୟାସ୍‌ ଷ୍ଟୋର୍‌, ନନ୍ ଷ୍ଟିକ୍ କୁକ୍‌ଓୟାର ସେଟ୍, ଆଲୁମିନିୟମ୍ ଇଣ୍ଡକ୍ସନ ବେସ୍ ଥିବା ପ୍ରେସର କୁକର ଓ ମିକ୍ସଚର ଗ୍ରାଇଣ୍ଡର ମିଳିବ। ବେଡ୍‌ସିଟ୍‌ ଉପରେ ମଧ୍ୟ ୬୦%ର ଫ୍ଲାଟ୍‌ ରିହାତି ଅଫର ରହିଛି।

ମହାବଚତ୍ ଅଫର ସମ୍ପର୍କରେ ଫ୍ୟୁଚର୍‌ ଗ୍ରୁପ୍‌ର ସିଏମ୍‌ଓ-ଡିଜିଟାଲ୍, ମାର୍କେଟିଂ ଓ ଇ-କମର୍ସ ପୱନ ଶାରଦା କହିଛନ୍ତି ଯେ ଆମ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଉପାୟରେ ସେବା ପ୍ରଦାନ କରିବା ଲାଗି ମହାବଚତ୍ ଆମକୁ ସୁଯୋଗ ପ୍ରଦାନ କରିଛି। ଆମେ ପ୍ରଥମ ଥର ଲାଗି ଏହାକୁ ଆମର ଆପ୍ ଓ ୱେବସାଇଟ୍‌ରେ ମଧ୍ୟ ଆରମ୍ଭ କରିଛୁ। ବିଭିନ୍ନ ସହରରେ ଥିବା ଷ୍ଟୋର୍‌ରେ ଗ୍ରାହକମାନେ ଏହି ଅଫରକୁ ବହୁତ ପସନ୍ଦ କରନ୍ତି। ଚଳିତ ବର୍ଷ ଆମେ ସେମାନଙ୍କୁ ଶ୍ରେଷ୍ଠ ମୂଲ୍ୟର ଅଫର ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର