ଗ୍ରାହକଙ୍କୁ କୃତଜ୍ଞତା‌ ଜଣାଇଲା‌ ବିଗ୍ ବଜାର

ଭୁବନେଶ୍ବର: ମହାମାରୀ ସମୟରେ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାରେ ବିଗ୍ ବଜାର ପ୍ରମୁଖ ଭୂମିକା ନେଇଥିଲା। ଏହି ଆହ୍ବାନପୂର୍ଣ୍ଣ ସମୟରେ କଂପାନି ଗ୍ରାହକଙ୍କ ଠାରୁ ନିରନ୍ତର ସମର୍ଥନ ପାଇଥିଲା। ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ବିଗ୍ ବଜାର ତରଫରୁ ଆଭାର ଡେ’ (କୃତଜ୍ଞତା ଦିବସ) ପାଳନ କରାଯାଇଛି। ସମସ୍ତ ବିଗ୍ ବଜାର ଷ୍ଟୋର୍‌ରେ ଏହି ଉତ୍ସବ ପାଳନ କରାଯାଇଥିଲା। ଷ୍ଟୋର୍‌ର କର୍ମଚାରୀମାନେ ଗ୍ରାହକମାନଙ୍କୁ ମଥାରେ ତିଳକ ଲଗାଇ ସ୍ବାଗତ କରିଛନ୍ତି। ବିଗ୍‌ ବଜାର ତରଫରୁ ଚଳିତ ମାସ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସବ୍‌ସେ ଶସ୍ତେ ୬ ଦିନ୍‌ ଅଫର ପ୍ରଦାନ କରାଯିବ। ଏହି ଅବସରରେ କଂପାନିର ସୁଦୀପ୍ତ ମହାନ୍ତି ଓ ବିଶ୍ବଜିତ ଦାସ କହିଛନ୍ତି ଯେ ଆମକୁ ସେବା ଦେବାର ସୁଯୋଗ ଦେଇଥିବା ଓ ସହଯୋଗ କରିଥିବା ଗ୍ରାହକମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ଆଭାର ଡେ’ ହେଉଛି ଏକ ଛୋଟ ଉଦ୍ୟମ।

ସମ୍ବନ୍ଧିତ ଖବର