ଆରମ୍ଭ ହୋଇ ଯାଇଛି ଫ୍ଲିପ୍‌କାର୍ଟ ଓ ଆମାଜନ୍‌ର ସବୁଠାରୁ ବଡ଼ ସେଲ୍‌, ଏହି ସବୁ ସାମଗ୍ରୀ ଉପରେ ବିଶେଷ ରିହାତି

ମୁମ୍ବାଇ: ଦୂର୍ଗାପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଇ-କମର୍ସ ସାଇଟ୍‌ ‘ଫ୍ଲିପ୍‌କ‌ାର୍ଟ’ର ବିଗ୍‌ ବିଲିୟନ୍‌ ସେଲ୍‌ ଓ ‘ଆମାଜନ୍‌’ର ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌। ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରତିବର୍ଷ ଦଶହରା ପୂର୍ବରୁ ଫ୍ଲିପ୍‌କାର୍ଟ ତା’ର ଗ୍ରାହକମାନଙ୍କୁ ଏହି ବିଗ୍‌ ବିଲିୟନ୍‌ ଡେ ସେଲ୍‌ ଜରିଆରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିଥାଏ। ଏ ବର୍ଷ ଏହି ସେଲ୍‌ ସେପ୍ଟେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଗ୍ରାହକମାନେ ଆଇଫୋନ୍‌ ୧୨ ଓ ଆଇଫୋନ୍‌ ୧୩ ଉପରେ ସ୍ବତନ୍ତ୍ର ରିହାତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ସ୍ବତନ୍ତ୍ର ବ୍ୟାଙ୍କ୍‌ ରିହାତି ବି ପ୍ରଦାନ କରାଯାଉଛି। ଯଦି ଅ‌ାପଣଙ୍କ ନିକଟରେ ଆ‌ଇସିଅ‌ାଇସିଆଇ କିମ୍ବା ଆକ୍ସିସ୍‌ ବ୍ୟାଙ୍କ୍‌ର କାର୍ଡ ଅଛି ତେବେ ଆପଣଙ୍କୁ ତତ୍‌କ୍ଷଣାତ ୧୦ ପ୍ରତିଶତ ରିହାତି ମିଳିଯିବ। ଏହାବ୍ୟତୀତ ଆପଣଙ୍କୁ ମାଗଣା ଇଏମ୍‌ଆଇ ଓ ସ୍ମାର୍ଟଫୋନ୍‌ ଉପରେ ଫେରସ୍ତ ଅଫର୍‌ ବି ମିଳୁଛି।

ଆଇଫୋନ୍‌ ବ୍ୟତୀତ କମ୍ପାନି ରିୟଲ୍‌ମି, ପୋକୋ, ଭିଭୋ, ଆପେଲ୍‌ ଏବଂ ସାମ୍‌ସଙ୍ଗ୍‌ ଉପରେ ବି ସ୍ବତନ୍ତ୍ର ରିହାତି ରହିଛି। ଏହା ଛଡ଼ା ଇଲେକ‌୍‌ଟ୍ରୋନିକ୍ସ, ଆସେସୋରିଜ୍‌ ଏବଂ ଟିଭି ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ରିହାତି ଦେଉଛି ଫ୍ଲିପ୍‌କାର୍ଟ।

ସେହିପରି ଆମାଜନ୍‌ ମଧ୍ୟ ଗ୍ରାହକମାନଙ୍କୁ ଫୋନ୍‌ ଉପରେ ଅବିଶ୍ବନୀୟ ଅଫର୍‌ ପ୍ରଦାନ କରିଛି। ଏହି ମେଗା ସେଲ୍‌ରେ ସ୍ମାର୍ଟଫୋନ୍‌, କନ୍‌ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ, ଫେସନ୍‌, ରୋଷେଇଘର ସାମଗ୍ରୀ, ଟିଭି ଓ ତେଜରାତି ଆଦିରେ ବିଶେଷ ରିହାତି ରହିଛି। ଫ୍ଲାଟ୍‌ ଡିସ୍‌କାଉଣ୍ଟ୍‌କୁ ବାଦ୍‌ ଦେବା ପରେ ଆମାଜନ୍‌ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଉପରେ ୧୦ ପ୍ରତିଶତ ଅତିରିକ୍ତ ରିହାତି ପ୍ରଦ‌ାନ କରୁଛି। ଏହାଛଡ଼ା କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ଉପରେ ନୋ-କଷ୍ଟ୍‌-ଇଏମ୍‌ଆଇ ବି ଉପଲବ୍ଧ।

ସମ୍ବନ୍ଧିତ ଖବର