ମୁମ୍ବାଇ: କାର୍‌ ବଜାରରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି। ଭାରତୀୟ କଂପାନି ମହିନ୍ଦ୍ରା ଓ ଆମେରିକୀୟ କଂପାନି ଫୋର୍ଡ ମିଳିତ ଭାବେ ଏକ ‌‌ଯୌଥ ଉଦ୍ୟୋଗ ସ୍ଥାପନ କରିବାକୁ ଘୋଷଣା କରିଛନ୍ତି। ନୂତନ କଂପାନିରେ ମହିନ୍ଦ୍ରାର ୫୧% ଓ ଫୋର୍ଡର ୪୯% ଅଂଶଧନ ରହିବ। ୨୦୨୦ ମଧ୍ୟ ଭାଗ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ନୂଆ କଂପାନିର ପରିଚାଳନା ଦାୟିତ୍ବ ମହିନ୍ଦ୍ରା ପାଖରେ ରହିବ। କିନ୍ତୁ, କଂପାନିର ବୋର୍ଡରେ ଉଭୟ ମହିନ୍ଦ୍ରା ଓ ଫୋର୍ଡର ସଦସ୍ୟ ରହିବେ। ଏହି କଂପାନି ସ୍ବାଧୀନ ଭାବେ କାର୍ଯ୍ୟ କରିବ।