ନୂଆଦିଲ୍ଲୀ: ବିଗମାକ୍ସ ପକ୍ଷରୁ ଲଞ୍ଚ୍ କରାଯାଇଛି ସବୁଠୁ କମ ମୂଲ୍ୟରେ ଏକ ଭଲ ସ୍ମାର୍ଟଓ୍ଵାଚ୍ । ବିଗମାକ୍ସ ସ୍ମାର୍ଟଓ୍ଵାଚର ମୂଲ୍ୟ ରହିଛି ମାତ୍ର ୫୯୯ ଟଙ୍କା । ବଜାରରେ ମିଳୁଥିବା ଆପଲ, ସାମସଙ୍ଗ, ଫସିଲ ପରି ବିଭିନ୍ନ ବ୍ରାଣ୍ଡେଡ୍ ସ୍ମାର୍ଟଓ୍ଵାଚ୍ର ମୂଲ୍ୟ ୩ ହଜାର ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ଏହାର ମୂଲ୍ୟ ବେଶ କମ ରହିଛି । ଏଥିରେ ରହିଛି ବ୍ଲୁଟୁଥ୍, ମ୍ୟୁଜିକ ପ୍ଲେୟର, ଆସିଲରେସନ ସେନସର ଇତ୍ୟାଦି । ଏଥିରେ ଏକ ୧.୫୪ ଇଞ୍ଚ୍ ଟିଏଫଟି ଏଚଡି ଏଲସିଡି ଡିସପ୍ଲେ ରହିଛି । ଏଥିରେ ଥିବା ଆସିଲରେସନ ସେନସର ୟୁଜରର ଚାଲି, ଦୌଡ, ସ୍ଲିପ ମନିଟରିଂ, ଆଣ୍ଟି ଲଷ୍ଟ ଆଦି ସଂପର୍କରେ ସଠିକ୍ ସୂଚନା ଦିଏ ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଥିବା ଅନ୍ୟ ଫିଚର ମଧ୍ୟରେ ରହିଛି କାଲ୍କୁଲେଟର, କ୍ୟାମେରା, ପେଡୋମିଟର, କ୍ୟାଲୋରୀ କାଲକୁଲେଟର, ସ୍ପୋର୍ଟସ ମାଇଲେଜ ରେକର୍ଡ ଆଦି । ଏଥିରେ ଜିଏସଏମ ସିମ ପଡିପାରିବ । ଏହାର ବ୍ୟାଟେରୀ ଷ୍ଟାଣ୍ଡବାଏ ଲାଇଫ ୧ ଦିନ ରହିଛି । ଏଥିରେ ମଧ୍ୟ ଫେସବୁକ, ହ୍ଵାଟ୍ସଆପ, କଲିଂ ଆଦିର ବ୍ୟବସ୍ଥା ରହିଛି । ଏହାକୁ କେବଳ ବିଗମାକ୍ସ େଓ୍ଵବସାଇଟ୍ରେ ବୁକ କରାଯାଇପାରିବ ଓ କ୍ୟାସ ଅନ ଡେଲିଭରୀର ବ୍ୟବସ୍ଥା ମଧ୍ୟ ରହିଛି ।