ବିଗ୍‌ ବଜାରର ଅନ୍‌ଲାଇନ୍ ସପିଙ୍ଗ୍‌ ସୁବିଧା ସ୍ଥାୟୀ ଭାବେ ମିଳିବ: ଜୟପୁର, ବଡ଼ବିଲ୍‌ରେ ଖୋଲିବ ନୂଆ ଷ୍ଟୋର୍‌

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଦେଖାଦେଇଥିବା ବିଭ୍ରାଟକୁ ଦୂର କରିବା ଲାଗି ବିଗ୍ ବଜାର ପକ୍ଷରୁ ଅନଲାଇନ୍ ସପିଙ୍ଗ୍‌ ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହା ଦ୍ବାରା ବିଗ୍ ବଜାର ପ୍ରତି ଗ୍ରାହକଙ୍କ ରହିଥିବା ବିଶ୍ବାସରେ ବଡ଼ ଧରଣର ଉନ୍ନତି ହୋଇଛି। ‌ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‌ଅନ୍‌ଲାଇନ୍ ସପିଙ୍ଗ୍‌କୁ କଂପାନି ସ୍ଥାୟୀ ବ୍ୟବସ୍ଥାରେ ପରିଣତ କରିଛି। ଏହା ସବୁଦିନ ପାଇଁ ଗ୍ରାହକଙ୍କ ଲାଗି ଉପଲବ୍ଧ ରହିବ। ବିଗ୍ ବଜାରର ଗ୍ରାହକମାନେ ସେମାନଙ୍କ ପସନ୍ଦ ଅନୁସାରେ ନିଜ ସହରରେ ଥିବା ଯେକୌଣସି ଷ୍ଟୋର୍‌ ହେଉ କିମ୍ବା ଅନ୍‌ଲାଇନ୍‌ରେ ସପିଙ୍ଗ୍‌ କରିପାରିବେ। ସେମାନେ ନିଜ ଘରେ ରହି କଂପାନିର ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍‌କୁ ବ୍ୟବହାର କରିପାରିବେ ବୋଲି ଫ୍ୟୁଚର୍‌ ଗ୍ରୁପ୍‌ର ସିଇଓ (ପୂର୍ବାଞ୍ଚଳ) ମନିଷ ଅଗ୍ରୱାଲ୍ କହିଛନ୍ତି। ବରାଦ ଦେବାର ଦୁଇ ଘଣ୍ଟା ଭିତରେ ଡେଲିଭରି ସୁବିଧା ବିଗ୍‌ ବଜାରକୁ ଅନ୍ୟମାନଙ୍କ ଠାରୁ ଅଲଗା କରିପାରିଛି ବୋଲି ସେ କହିଛନ୍ତି। ଏବେ କଂପାନିର ୧୫-୨୦% କାରବାର ଅନଲାଇନ୍ ଜରିଆରେ ହେଉଛି। ପୂର୍ବ ଭାରତରେ ଆପ୍ ଓ ପୋର୍ଟାଲ୍ ଜରିଆରେ ଦୈନିକ ୮-୯ ହଜାର ବରାଦ ଆସୁଥିବା ବେଳେ ଓଡ଼ିଶାରେ ଦୈନିକ ୧୦୦୦ ବରାଦ ଆସୁଛି ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଓଡ଼ିଶାରେ ବିଗ୍ ବଜାରର ୧୭ଟି ଷ୍ଟୋର୍‌ ଥିବା ବେଳେ ସେଥିରୁ ସାତଟି ଭୁବନେଶ୍ବରରେ ରହିଛି। ଅନ୍ୟ ଷ୍ଟୋର୍‌ଗୁଡ଼ିକ କଟକ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁର ଓ ପୁରୀ ଭଳି ସହରରେ ରହିଛି। ଖୁବ୍‌ଶୀଘ୍ର କଂପାନି ଜୟପୁରରେ ଏକ ନୂଆ ଷ୍ଟୋର୍‌ ଖୋଲିବାକୁ ଯାଉଛି। କେନ୍ଦୁଝରର ବଡ଼ବିଲ୍‌ ଠାରେ କଂପାନି ଏକ ନୂଆ ଷ୍ଟୋର୍‌ ଖୋଲିବା ବିଷୟରେ ଚିନ୍ତା କରୁଛି। ସବୁ ‌େ‌ଷ୍ଟାରକୁ ମିଶାଇ ରାଜ୍ୟରେ ପ୍ରାୟ ସାଢ଼େ ୬ ଲକ୍ଷ ବର୍ଗଫୁଟ ସ୍ଥାନରେ କଂପାନି ଗ୍ରାହକଙ୍କୁ ସପିଙ୍ଗ୍‌ ସୁବିଧା ପ୍ରଦାନ କରୁଛି। ପୂଜା ବଜାର ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଷ୍ଟୋର୍‌ରେ ଷ୍ଟକ୍ ପର୍ଯ୍ୟାପ୍ତ ପରିମାଣର ରଖାଯାଇଛି। ଉତ୍ପାଦରେ ବିବିଧତା ଅଣାଯାଇଛି। ଅଫର ଏବଂ ସ୍କିମ୍ ଘୋଷଣା କରାଯିବ। ଗତ ଅଗଷ୍ଟ ୧୫ରେ ଗ୍ରାହକମାନେ ଆମ ମହାବଚତ୍‌ ଅଫରକୁ ବେଶ ପସନ୍ଦ କରିଥିଲେ। ସେଥିପାଇଁ ଆମେ ପୂଜା ବଜାର ସମ୍ଭାବନା ନେଇ ବେଶ ଉତ୍ସାହିତ ରହିଛୁ ବୋଲି ‌ସେ କହିଛନ୍ତି। ଓଡ଼ିଶାରେ ବିଗ୍ ବଜାରର ମୋଟ ବିକ୍ରିରେ ଖାଦ୍ୟ ପଦାର୍ଥର ଅବଦାନ ୫୦-୫୫% ଥିବା ବେଳେ ଫେସନେବଲ୍ ସାମଗ୍ରୀର ୩୦-୩୫% ଓ ହୋମ୍ କେୟାର ଉତ୍ପାଦର ୧୫-୨୦% ଅବଦାନ ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର