ବିହାରରେ ମହାମେଣ୍ଟର ଆସନ ଘୋଷଣା, ୨୦ ଆସନରୁ ଲଢ଼ିବ ଆରଜେଡି, କଂଗ୍ରେସ ୯

ପାଟନା : ବିହାରର ୪୦ ଲୋକସଭା ଆସନ ପାଇଁ ଗତକାଲି ବିରୋଧୀ ମହାମେଣ୍ଟ ପକ୍ଷରୁ ଆସନ ଘୋଷଣା ହୋଇଛି। । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କ ନେତୃତ୍ବାଧୀନ ଆରଜେଡି ୨୦ ଆସନରୁ ଏବଂ କଂଗ୍ରେସ ୯ଟି ଆସନରେ ନିର୍ବାଚନ ଲଢ଼ିବ। ମହାମେଣ୍ଟରେ ନୂଆ କରି ମିଶିଥିବା ଉପେନ୍ଦ୍ର କୁଶୱାହାଙ୍କ ଆରଏଲ୍‌ଏସପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି) ଏବଂ ମୁକେଶ ଶାହଣିଙ୍କ ଭିଆଇପି (ବିକାଶୀଳ ଇନସାନ୍‌ ପାର୍ଟି) ଯଥାକ୍ରମେ ୫ ଏବଂ ୩ ଆସନରୁ ନିର୍ବାଚନ ଲଢ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ‌ମୋର୍ଚ୍ଚା (ଏଚଏଏମ୍‌)କୁ ୩ ଟି ଆସନ ମିଳିଛି । ପୂର୍ବତନ ଜେଡିୟୁ ଅଧ୍ୟକ୍ଷ ଏବଂ ଏନ୍‌ଡିଏ ସଂଯୋଜକ ଶରଦ ଯାଦବଙ୍କ ଏଲଜେଡି (ଲୋକତାନ୍ତ୍ରିକ ଜନତା ଦଳ) ଆର୍‌ଜେଡିରେ ବିଲୟ ଘଟିବ ବୋଲି ଜଣାପଡ଼ିଛି। ଶରଦ ଯାଦବ ଏଥର ଆରଜେଡି ସଙ୍କେତରେ ନିର୍ବାଚନ ଲଢ଼େିବେ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମହାମେଣ୍ଟ ପକ୍ଷରୁ ଆସନ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର