ପାଟ୍ନା: ଦେଶର ବିଭିନ୍ନ ସ୍ଥାନରେ ଏବେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚାଲିବାରେ ଲାଗିଛି। ଏହି ଟ୍ରେନ୍ର ଚାହିଦା ରହିଥିବା ବେଳେ ଅନେକ ଲୋକ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଭିତରେ ଓ ବାହାରେ ଫଟୋ ଉଠାଇବାରେ ଲାଗିଛନ୍ତି। ଏହି ଫଟୋ ଉଠାଇବା ନିଶା ପାଇଁ ପାଟ୍ନାର ଜଣେ ବ୍ୟକ୍ତି ଏବେ ଅଡୁଆରେ ଫଶି ଯାଇଥିବା ଦେଖିବାକୁ ମିଳିଛି।
ପାଟ୍ନାରେ ‘ବନ୍ଦେ ଭରତ ଏକ୍ସପ୍ରେସ’ ଟ୍ରେନରେ ଜଣେ ବ୍ୟକ୍ତି ସେଲଫି ନେବା ପାଇଁ ପଶି ଯାଇଥିବା ବେଳେ ଅଟୋମେଟିକ୍ ଟ୍ରେନ୍ ଲକ୍ ହୋଇ ଯାଇଥିଲା। ଫଳରେ ତାଙ୍କୁ ୪୮ କିଲୋମିଟର୍ ବାଟ ଅଧିକ ଯିବାକୁ ପଡ଼ିଥିଲା।
Boarded for selfie Door closed automatically, Craze for vande bharat😹 #APpic.twitter.com/f4bWUrDnkc
— Lala (@FabulasGuy) January 17, 2023
ସେହି ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଅଟକି ଥିବା ବେଳେ ବୃଦ୍ଧ ଜଣକ ସେଲ୍ଫି ନେବାକୁ ପଶି ଯାଇଥିଲେ। ସେ ପଶିବା ପରେ କବାଟଟି ଆପେ ବନ୍ଦ ହୋଇ ଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୋପାଳରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଞ୍ଚିଙ୍କୁ ପାଟନା ସହ ସଂଯୋଗ କରୁଥିବା ଏକ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଉଦ୍ଘାଟନ କରିଥିଲେ। ଉଭୟ ବିହାର ଏବଂ ଝାଡ଼ଖଣ୍ଡ ପାଇଁ ଏହା ହେଉଛି ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ’।
ଏହାପୂର୍ବରୁ ଜାନୁଆରି ମାସରେ ବି ଏହିପରି ଏକ ସମାନ ଘଟଣା ଘଟିଥିଲା। ଜଣେ ତେଲୁଗୁ ବ୍ୟକ୍ତି ସେଲଫି ନେବା ପାଇଁ ଟ୍ରେନରେ ଚଢ଼ିବା ସମୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ଟି ଆପେ ବନ୍ଦ ହୋଇ ଯାଇଥିଲା।