ବିଜୟପତ୍‌ଙ୍କ ଆତ୍ମଜୀବନୀ ଉପରେ ରୋକ୍ ଲାଗିଲା

ମୁମ୍ବାଇ: ରେମଣ୍ଡ୍ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାଣିଆଙ୍କ ଆତ୍ମ ଜୀବନୀ ଆସନ୍ତା ମାସ ୧୩ ତାରିଖ ପର୍ଯ୍ୟନ୍ତ ପ୍ରକାଶ ପାଇପାରିବ ନାହିଁ। ବମ୍ବେ ହାଇକୋର୍ଟ ଏ ନେଇ ସିଂଘାଣିଆଙ୍କ ଉପରେ କଟକଣା ଲଗାଇଛନ୍ତି। ଗତ ୨୦ ତାରିଖରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି। ସେ ପର୍ଯ୍ୟନ୍ତ ଏହି ଆତ୍ମଜୀବନୀ ପ୍ରକାଶ ନକରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିଂଘାଣିଆଙ୍କ ଆତ୍ମଜୀବନୀର ନାମ ସମ୍ଭବତଃ ଅସମ୍ପୂର୍ଣ୍ଣ ମଣିଷ ବା ‘ଦି ଇନକମ୍ପ୍ଲିଟ୍ ମ୍ୟାନ୍’ ରହିଛି। ସିଂଘାଣିଆଙ୍କ ପୁସ୍ତକର କେତେକ ଅଂଶ କମ୍ପାନିକୁ ବଦନାମ କରିବା ଆଶଙ୍କା ବ୍ୟକ୍ତ କରି ରେମଣ୍ଡ ପକ୍ଷରୁ ଏଭଳି ଆବେଦନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବିଜୟପତ ସିଂଘାଣିଆ ଓ ତାଙ୍କ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଗତ କିଛିବର୍ଷ ହେଲା ଦେଖାଦେଇଛି। ଏ ନେଇ ଅଦାଲତରେ ମାମଲା ଚାଲିଛି।

ସମ୍ବନ୍ଧିତ ଖବର