୪,୬୦୦କୋଟି ଟଙ୍କା ଦେଇ ସୁପରୟଚ କିଣିଲେ ବିଲ୍ ଗେଟସ, ଥରେ ଇନ୍ଧନ ଭରିଲେ ଯିବ ୬୪୩୭କିଲୋମିଟର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଭାବେ ଜଣା ଯାଉଥିବା ବିଲ୍‌ ଗେଟ୍‌ସ ସବୁବେଳେ ନିଜର ଅନୁପ୍ରାଣିତ କରିବା ଭଳି ବାର୍ତ୍ତା ଏବଂ ନିଜ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରତିଥର ସେ ଭିନ୍ନ ଭିନ୍ନ ସ୍ଥାନକୁ ଛୁଟି କଟାଇବା ପାଇଁ ଯାଉଥିବା ସହ ବିଳାସପୂର୍ଣ୍ଣ ଗାଡ଼ିର ବ୍ୟବହାର କରିଥାନ୍ତି।

बिल गेट्स ने खरीदी 4600 Cr की सुपरयाट, एक बार ईंधन भरने पर चलेगी 6437 KM
aajtak.intoday.in

କିନ୍ତୁ ଏବେ ସେ ଏକ ସୁପରୟଟ କିଣି ଚର୍ଚ୍ଚାରେ ରହିଛନ୍ତି। ସୁପରୟଚର ଦାମ୍ ୪,୬୦୦କୋଟି ଟଙ୍କା ରହିଥିବା ବେଳେ ଏହା ୩୭୦ଫୁଟ୍ ଲମ୍ବା ବୋଲି ଜଣା ପଡ଼ିଛି।

बिल गेट्स ने खरीदी 4600 Cr की सुपरयाट, एक बार ईंधन भरने पर चलेगी 6437 KM
aajtak.intoday.in

ଏଥିରେ ଏକା ସାଙ୍ଗରେ ୧୪ଜଣ ଲୋକେ ଯାତ୍ରା କରିପାରିବା ସହ ୩୦ଜଣ କ୍ର୍ୟୁ ସଦସ୍ୟ କାମ କରିପାରିବେ। ସୁପରୟଟଟି ୫ଟି ଡେକ୍ ବିଶିଷ୍ଟ ହୋଇଥିବା ବେଳେ ଏହା ଲିକ୍ୟୁଡ୍ ହାଇଡ୍ରୋଜେନ ଦ୍ବାରା ଚାଲିବ। ଯାହାଦ୍ବାରା କୌଣସି ପ୍ରକାରର ପ୍ରଦୂଷଣ ହେବ ନାହିଁ।

बिल गेट्स ने खरीदी 4600 Cr की सुपरयाट, एक बार ईंधन भरने पर चलेगी 6437 KM
aajtak.intoday.in

ଏହି ସୁପରୟଚ ଭିତରେ ଯୋଗ ଷ୍ଟୁଡିଓ, ସ୍ବିମିଙ୍ଗ୍ ପୁଲ୍, ମସାଜ୍ ପାର୍ଲର ଏବଂ ଜିମର ସୁବିଧା ରହିଛି। ଥରେ ଏଥିରେ ଲିକ୍ୟୁଡ୍ ହାଇଡ୍ରୋଜେନ ପକାଇବା ପରେ ଏହା ୬୪୩୭କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ। ସୁପରୟଚର ନାଁ ଆକ୍ବା ରହିଥିବା ବେଳେ ୨୦୨୪ରେ ଏହାକୁ ପାଇ ପାରିବେ ବିଲ୍ ଗେଟସ। ଏବେ ଏହାର ତିଆରି କାମ ଆରମ୍ଭ ହୋଇଛି।

बिल गेट्स ने खरीदी 4600 Cr की सुपरयाट, एक बार ईंधन भरने पर चलेगी 6437 KM
aajtak.intoday.in

ସୁପରୟଚକୁ ତିଆରି କରୁଥିବା କମ୍ପାନି ମୁତାବକ, ଏହି ବିଳାସପୂର୍ଣ୍ଣ ସୁପରୟଚକୁ ତିଆରି କରିବା ପାଇଁ ୪ବର୍ଷ ସମୟ ଲାଗିବ। ସୁପରୟଚର ପଛ ପଟରେ ସୁଇମିଙ୍ଗ୍ ପୁଲ୍ ରହିବା ସହ ଶୀତ ଦିନେ ଭିତରକୁ ଗରମ ରଖିବା ପାଇଁ ଜେଲ୍ ଫୁଏଲଡ୍ ଫାୟାର ବୈଲସ୍ ଲଗାଯିବ। ୨୦ଜଣ ବସି ଫିଲ୍ମ ଦେଖିବା ଭଳି ଏକ ଥିଏଟର ତିଆରି କରାଯିବ। ସୁପରୟଚଟି ଘଣ୍ଟା ପ୍ରତି ୩୨କିଲୋମିଟର ଯାତ୍ରା କରିବାର କ୍ଷମତା ରଖୁଥିବା ବେଳେ ଅତିଥିମାନଙ୍କ ପାଇଁ ୪ଟି ଗେଷ୍ଟ ରୁମ୍, ୨ଟି ଭିଆଇପି ରୁମ୍ ଏବଂ ଗୋଟେ ପାଭେଲିଅନ ରହିଛି।

ସମ୍ବନ୍ଧିତ ଖବର