ନୂଆଦିଲ୍ଲୀ: ଟିଭି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଅଭିନିତ ହିନ୍ଦୀ ଧାରାବାହିକ ‘କ୍ୟୋଁକି ସାସ ଭି କଭି ବହୁ ଥି-୨’ର ଦୁଇଟି ଅଧ୍ୟାୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ଦେଖିବାକୁ ମିଳିବ।

Advertisment

ଏହି ଧାରାବାହିକରେ ତୁଲସୀ ଭୂମିକାରେ ଅଭିନୟ କରୁଥିବା ସ୍ମୃତିଙ୍କ ସହ ବିଲ୍ ଗେଟ୍‌ସ ଏକ ଭିଡିଓ କଲ୍‌ରେ କଥାବାର୍ତ୍ତା କରିବେ। ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍‌ ଗେଟ୍‌ସଙ୍କ ଦାତବ୍ୟ ଅନୁଷ୍ଠାନ ଗେଟ୍‌ସ ଫାଉଣ୍ଡେସନ ଏହି ବିଷୟ ଉପରେ କାର୍ଯ୍ୟ କରୁଛି। ଫାଉଣ୍ଡେସନ ସହ ସହଯୋଗିତାରେ ବିଲ୍‌ ଗେଟ୍‌ସଙ୍କୁ ଧାରାବାହିକରେ ଦେଖାଇବାର କରିବାର ସୁଯୋଗ ମିଳିଛି।