ରାଜ୍ୟସଭାରେ ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌ ପାରିତ

ନୂଆଦିଲ୍ଲୀ: ଭାରତରେ ଆର୍ଥିକ ଠକେଇ କରି ଚତୁରତାର ସହିତ ବିଦେଶ ଚାଲିଯାଇଥିବା ପଳାତକଙ୍କୁ ଶକ୍ତ ଝଟ୍‌କା ଦେବାକୁ ସରକାର ଯେଉଁ ବିଲ୍‌ ଆଣିଥିଲେ ତାହାକୁ ରାଜ୍ୟସଭାର ଅନୁମୋଦନ ମିଳିଛି। ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌, ୨୦୧୮ରେ ତଦନ୍ତ ଏଜେନ୍ସିଗୁଡ଼ିକୁ ଅନେକ କ୍ଷମତା ପ୍ରଦାନ କରାଯାଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ପଳାତକଙ୍କ ନିଦ ହଜିଯିବ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍‌ ପାସ୍‌ ହୋଇଥିବାରୁ ତାହାକୁ ରାଷ୍ଟ୍ରପତିଙ୍କ ମୋହର ପାଇଁ ପଠାଇ ଦିଆଯିବ। ଏହି ବିଲ୍‌ରେ ଦେଶ ଛାଡ଼ି ଚାଲିଯାଇଥିବା ଅର୍ଥନୈତିକ ଅପରାଧୀଙ୍କ ସମ୍ପତ୍ତିକୁ ଜବତ କରିବାର କ୍ଷମତା ତଦନ୍ତ ଏଜେନ୍ସିଗୁଡ଼ିକୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର