ଫ୍ଲିପ୍‌କାର୍ଟ ଛାଡିଲେ ବିନ୍ନି ବନସଲ, ଦୁର୍ବ୍ୟବହାର ଅଭିଯୋଗ

ବାଙ୍ଗାଲୁରୁ : ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ସହପ୍ରତିଷ୍ଠାତା ତଥା ଗ୍ରୁପ ସିଇଓ ବିନ୍ନି ବନସଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ସ୍ତରରେ ଦୁର୍ବ୍ୟବହାର ପାଇଁ ସେ ଇସ୍ତଫା ଦେଇଥିବା କୁହାଯାଉଛି । ଆମେରିକୀୟ ରିଟେଲ କମ୍ପାନି ଓ୍ଵାଲମାର୍ଟ ଦ୍ୱାରା ଫ୍ଲିପକାର୍ଟକୁ ଅଧିଗ୍ରହଣ କରିବାର ୬ ମାସ ମଧ୍ୟରେ ସେ ଇସ୍ତଫା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଓ୍ଵାଲମାର୍ଟ ଦ୍ୱାରା ଫ୍ଲିପକାର୍ଟକୁ ଅଧିଗ୍ରହଣ କରାଯିବା ପରେ ଅନ୍ୟତମ ସହପ୍ରତିଷ୍ଠାତା ସଚିନ ବନସଲ ଇସ୍ତଫା ଦେଇଥିଲେ । କିନ୍ତୁ ବିନ୍ନି ବନସଲ କମ୍ପାନିରେ ରହିଥିଲେ । ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କ ବିରୋଧରେ କମ୍ପାନିରେ ଏକ ତଦନ୍ତ ଚାଲିଥିଲା । ତଦନ୍ତ ଶେଷ ହେବା ପରେ ଏହି ଅଭିଯୋଗରେ ସତ୍ୟତା ଥିବା ଜଣାପଡିବା ପରେ ତାଙ୍କୁ ଇସ୍ତଫା ଦେବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଥିବା କୁହାଯାଉଛି । କିନ୍ତୁ ଏହି ଅଭିଯୋଗକୁ ବିନ୍ନି ଅସ୍ୱୀକାର କରିଛି । ତେବେ ଏହି ଇସ୍ତଫା ପରେ ସେ ବୋର୍ଡରେ ରହିବେ କି ନାହିଁ ତାହା ଜଣାପଡିନାହିଁ । ସେ ଇସ୍ତଫା ଦେଇଥିବା କଥା ଓ୍ଵାଲମାର୍ଟ ପକ୍ଷରୁ ଏକ ବୟାନ ଜାରି କରି ସ୍ପଷ୍ଟ କରିଦିଆଯାଇଛି । ସେ ଇସ୍ତଫା ଦେବା ପରେ କଲ୍ୟାଣ କୃଷ୍ଣମୂର୍ତ୍ତି ଫ୍ଲିପକାର୍ଟର ସିଇଓ ରହିବେ ।

ସମ୍ବନ୍ଧିତ ଖବର