ରୋଷେଇ ଘର ବଳକା ତେଲରୁ ବାହାରିବ ଜୈବ ଇନ୍ଧନ

ନୂଆଦିଲ୍ଲୀ : ଲୋକମାନଙ୍କ ରୋଷେଇ ଘର ଠାରୁ ଆରମ୍ଭ କରି ରେସ୍ତୋରାଁ, ହୋଟେଲ୍‌ ଏବଂ ଫାଷ୍ଟ୍‌-ଫୁଡ୍‌ ଦୋକାନଗୁଡ଼ିକରେ ବଳକା ରହିଯାଉଥିବା ତେଲରୁ ଜୈବ ଇନ୍ଧନ ବାହାର କରାଯାଇପାରିବ। ଭାରତୀୟ ବାୟୋଡିଜେଲ୍ ସଂଘ, ଏଫ୍‌ଏସ୍‌ଏସ୍‌ଏଆଇ ଓ ତେଲ କଂପାନିଗୁଡ଼ିକ ମିଳିତ ଭାବେ ରୋଷେଇ ଘରର ବଳକା ତେଲରୁ ଜୈବ ଇନ୍ଧନ ବାହାର କରୁଛନ୍ତି। ଏହା ଜରିଆରେ ଭାରତ ଏହାର ତେଲ ଆମଦାନି ବିଲ୍‌କୁ କମ୍ କରିପାରିବେ। ଏହି ଜୈବ ଇନ୍ଧନ ମାଧ୍ୟମରେ ୧୮ ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିବ ବୋଲି ଆକଳନ କରାଯାଇଛି। ଦେଶରେ ଆବଶ୍ୟକ ପରିମାଣର ପ୍ରକ୍ରିୟାକରଣ କାରଖାନାର ଅଭାବ ରହିଥିବାରୁ ରୋଷେଇ ଘରର ବଳକା ତେଲରୁ ଆବଶ୍ୟକ ପରିମାଣର ଜୈବ ଇନ୍ଧନ ବାହାର କରାଯାଇପାରୁନାହିଁ।

ସମ୍ବନ୍ଧିତ ଖବର