ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ରେଳବାଇର ସମସ୍ତ କ୍ଷେତ୍ରରେ ୨୦୧୮ ଜାନୁଆରି ୩୧ ତାରିଖ ସୁଦ୍ଧା ଆଧାର ଆଧାରିତ ବାୟୋମ୍ୟାଟି୍ରକ୍ ଯୋଜନା ଆରମ୍ଭ କରିବାକୁ ଯାଉଛି ବୋଲି ରବିବାର ସୂଚନା ମିଳିଛି। ରେଳ ଅଧିକାରୀଙ୍କ କହିବାନୁସାରେ, ରେଳବାଇ ବୋର୍ଡ ବିଳମ୍ବରେ ଆସୁଥିବା ଓ କାମ କରୁ ନଥିବା ଅଧିକାରୀଙ୍କ ଯାଞ୍ଚ କରିବାର ଯୋଜନା କରୁଛନ୍ତି। ୨୦୧୮ ଜାନୁଆରି ୩୧ ସୁଦ୍ଧା ରେଳବାଇର ସମସ୍ତ କ୍ଷେତ୍ରରେ ଆଧାର ଆଧାରିତ ବାୟୋମେଟ୍ରିକ ଅଟେଣ୍ଡସ୍ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରଣାଳୀ ଆରମ୍ଭ କରିବା ନେଇ ଗତ ସପ୍ତାହରେ ସମସ୍ତ କ୍ଷେତ୍ରର ଅଧିକାରୀଙ୍କୁ ପତ୍ର ପଠାଯାଇଛି।
ଏହି ଆଦେଶ ଅନୁଯାୟୀ, ବାୟୋମେଟ୍ରିକ୍ ଆଟେଣ୍ଡେସ୍ ସିଷ୍ଟମ ନଭେମ୍ବର ୩୦ ସୁଦ୍ଧା ସମସ୍ତ ରେଳବାଇ କ୍ଷେତ୍ର, ଜୋନସ୍, ଆରଡିଏସଓ, ମେଟ୍ରୋ ରେଳ କୋଲକାତା, ରେଳବାଇ ଓ୍ଵାର୍କସପ, କାରଖାନା ଓ ଉତ୍ପାଦନ କ୍ଷେତ୍ରରେ ପ୍ରଥମେ ଲାଗୁ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସାର୍ବଜନିକ ଉପକରଣ ସହିତ ରେଳବାଇ ସମସ୍ତ କାର୍ଯ୍ୟଳୟରେ ଏହି ପ୍ରଣାଳୀ ୨୦୧୮ ଜାନୁଆରି ୩୧ ସୁଦ୍ଧା ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ଏହି ପ୍ରଣାଳୀ କେବଳ ରେଳବାଇ ବୋର୍ଡ ଓ କେତେଟି ମୁଖ୍ୟାଳୟରେ ଉପଲବ୍ଧ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/biometric-scan-generic-istock_650x400_61495976299.jpg)