ନୂଆଦିଲ୍ଲୀ: ରେଳବାଇ ଏହାର କର୍ମଚାରୀଙ୍କ ପାଇଁ ଆଧାର ଭିତ୍ତିକ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ରେଳବାଇର ସମସ୍ତ ଜୋନ୍ ଏବଂ ଡିଭିଜନ୍ରେ ଆସନ୍ତାବର୍ଷ ଜାନୁଆରି ୩୧ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ରେଳ ମନ୍ତ୍ରାଳୟ ଯୋଜନା ରଖିଛି। ଜଣେ ରେଳ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଳମ୍ବରେ ଆସୁଥିବା ଏବଂ ଆଦୌ କାର୍ଯ୍ୟାଳୟକୁ ଆସୁ ନଥିବା କର୍ମଚାରୀଙ୍କୁ ଧରିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି। ରେଳବାଇର ସମସ୍ତ ଜୋନ୍ ଗତ ସପ୍ତାହରେ ଏସଂକ୍ରାନ୍ତ ଚିଠି ପାଇ ସାରିଛନ୍ତି। ଏହି ଚିଠିରେ କର୍ମଚାରୀଙ୍କ ଉପସ୍ଥାନ ପାଇଁ ଆଧାରଭିତ୍ତିକ ବାୟୋମେଟ୍ରିକ୍ ମେସିନ୍ ସ୍ଥାପନ ଲାଗି କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ସମସ୍ତ ଡିଭିଜନ୍, ଜୋନ୍, ଆର୍ଡିଏସ୍ଓ, ମେଟ୍ରୋ ରେଳ କୋଲକାତା, ରେଲେଓ୍ଵ ଓ୍ଵାର୍କସପ୍, କାରଖାନା ଓ ଉତ୍ପାଦନ ୟୁନିଟ୍ ଗୁଡ଼ିକରେ ଆସନ୍ତା ୩୦ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ରେଳବାଇର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ। ଏଥିରେ ରେଳବାଇ ଅଧୀନରେ ଥିବା ସରକାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଆସନ୍ତା ଜାନୁଆରି ୩୧ ସୁଦ୍ଧା କାର୍ଯ୍ୟକାରୀ ହେବ।
ସବୁ ରେଳ କର୍ମଚାରୀଙ୍କ ପାଇଁ ବାୟେମେଟ୍ରିକ ଉପସ୍ଥାନ
/sambad/media/post_attachments/wp-content/uploads/2017/11/biometric.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)