‘ରିସର୍ଚ ସ୍କୋଲାର୍‌ର୍ସ ଉଇକ୍‌’ ପାଳନ କଲା ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି

ଭୁବନେଶ୍ୱର: ୨୦୨୧ ଏପ୍ରିଲ୍‌ ୯ରେ ଅନ୍‌ଲାଇନ୍‌ ମୋଡ୍‌ରେ ଭୁବନେଶ୍ୱରସ୍ଥିତ ‘ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି’ ସଫଳତାର ସହ ଏକ ପାଞ୍ଚଦିନିଆ ‘ରିସର୍ଚ ସ୍କୋଲାର୍‌ସ୍‌ ଉଇକ୍‌’ ସମ୍ପନ୍ନ କରିଛି। ବିଭିନ୍ନ ପାଠ୍ୟକ୍ରମରୁ ୭୫ରୁ ଅଧିକ ରିସର୍ଚ ସ୍କୋଲାର୍ସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

‘ଆଇଇଟି’, ‘ଏନ୍‌ଆଇଟି’, ‘ଏଆଇଏମ୍‌’, ‘ସେଣ୍ଟ୍ରାଲ୍‌ ୟୁନିଭର୍ସିଟି’, ‘ଷ୍ଟେଟ୍‌ ୟୁନିଭର୍ସିଟି’ ଭଳି ଦେଶର ପ୍ରମୁଖ ପ୍ରତିଷ୍ଠାନ ଏବଂ ଦେଶର ଅନ୍ୟାନ୍ୟ ଅନେକ ଖ୍ୟାତି ସମ୍ପନ୍ନ ପ୍ରତିଷ୍ଠାନର ରିସର୍ଚ ସ୍କୋଲାର୍‌ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ବାଂଲାଦେଶ ଓ ତାଞ୍ଜାନିଆ ଭଳି ବିଦେଶୀ ରାଷ୍ଟ୍ରର ସ୍କୋଲାର୍‌ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ‘ବିଜିୟୁ’ର କୁଳପତି ପ୍ରଫେସର୍‌ ପି. ପି. ମାଥୁର ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହ ଉଦ୍‌ଘାଟନୀ ଅଭିଭାଷଣ ଦେଇଥିଲେ। ଏହାଛଡ଼ା, ସେ ପ୍ରଥମ ଅଧିବେଶନରେ ପ୍ରକାଶନର ମାନ ଓ ଗବେଷକଙ୍କ ମଧ୍ୟରେ ଥିବା ଉତ୍ସୁକତାର ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି ଏହି ସାମଗ୍ରିକ ଗବେଷଣାର ଗଭୀର ତତ୍ତ୍ୱ ଉପସ୍ଥାପନ କରିଥିଲେ।

ବିର୍ଲା ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ର ପ୍ରଫେସର୍‌ ପି. ନାୟକ ତାଙ୍କର ସ୍ୱାଗତ ଭାଷଣରେ ଅଂଶଗ୍ରହଣକାରୀଙ୍କୁ ଗବେଷଣାର ପ୍ରକାର ଭେଦ ଉପରେ ବିଶଦ ଆଲୋଚନା କରିଥିଲେ। ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ, ‘ବିଜିୟୁ’ ଏବଂ ବିଦେଶୀ ବିଶ୍ୱବିଦ୍ୟାଳୟର ଅଭିଜ୍ଞ ବ୍ୟକ୍ତିମାନେ ‘ରିସର୍ଚ ପ୍ରୋବ୍‌ଲେମ୍‌ ଇଡେଣ୍ଟିଫିକେସନ୍‌’, ‘ରିସର୍ଚ ଡିଜାଇନ୍‌’ ଏବଂ ‘ଇନ୍‌ଫର୍‌ମେସନ୍‌ ଓଭର୍‌ ଲୋଡ୍‌ ଯୁଗରେ ଲିଟେରେଚର୍‌ ରିଭିୟୁ’, ‘ସାଇଣ୍ଟିଫିକ୍‌ ରିଭ୍ୟୁ ୟୁଜିଙ୍ଗ୍‌ ଲେଟେକ୍ସ୍‍’, ‘ଜେନର୍‌ ଅଫ୍‌ ଏକାଡେମିକ୍‌ ରାଇଟିଙ୍ଗ୍‌’ ଏବଂ ଉନ୍ନତ ମାନର ଜର୍ଣ୍ଣାଲ୍‌ରେ ପ୍ରକାଶନ ଭଳି ଗବେଷଣାର ବିବିଧ ଦିଗ ଉପରେ ଭାଷଣ ଦେଇଥିଲେ।

ନିଉଜିଲାଣ୍ଡ୍‌ ଅନ୍ତର୍ଗତ ଅକ୍‌ଲାଣ୍ଡ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ନଏମି ସିନ୍‌କୋଭିକ୍ସ୍‍, ଇଂଲଣ୍ଡ୍‌ ଓପେନ୍‌ ୟୁନିଭର୍ସିଟିର ‘ଓ୍ଵିଲି’ର ମୁଖ୍ୟ ସମ୍ପାଦକ ପ୍ରଫେସର୍‌ ଜନ୍‌ ହଲ୍‌ ମଧ୍ୟ ଏହି ଅଧିବେଶନରେ ଅଭିଭାଷଣ ପ୍ରଦାନ କରିଥିଲେ।

‘ବିର୍ଲା ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌’ର ‘ସେଣ୍ଟର୍‌ ଫର୍‌ ରିସର୍ଚ’ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସିଏଫ୍‌ଆର୍‌’ର ମୁଖ୍ୟ ଏବଂ କାର୍ଯ୍ୟକ୍ରମର ଆବାହକ ଡକ୍ଟର୍‌ ଅନୁଭା ରାୟ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଜଣାଇଥିଲେ। ସହ-ଆବାହକ ଡକ୍ଟର୍‌ ପ୍ରଦୀପ କୁଣ୍ଡୁ ଏବଂ ଡକ୍ଟର୍‌ ସନ୍ଦୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର