୨୦ ବର୍ଷରେ ‘ବିସ୍କ ଫାର୍ମ’

ଭୁବନେଶ୍ବର : କୋଲକାତାର ବୃହତ ବେକରି ସଂସ୍ଥା ବିସ୍କ ଫାର୍ମ ୨୦ ବର୍ଷରେ ପଦାର୍ପଣ କରିଛି। କଂପାନି ବିସ୍କୁଟ, କେକ୍, କୁକିଜ୍, ରସ୍କସ୍, ସ୍ନାକ୍ସ, ଫିଲ୍‌ଡ୍‌ ୱାଫର୍‌ ଆଦି ୧୪୦ରୁ ଅଧିକ ବ୍ରାଣ୍ଡ୍‌ର ଉତ୍ପାଦକୁ ୨୦ରୁ ଅଧିକ ରାଜ୍ୟରେ ବିକ୍ରି କରୁଛି। ଗ୍ରାହକଙ୍କୁ ସ୍ବାଦ ଜରିଆରେ ଉଲ୍ଲସିତ କରିବା ଲାଗି କଂପାନି ନିରନ୍ତର ଉଦ୍ୟମ ଜାରି ରଖିଛି। ଭାରତର ଶ୍ରେଷ୍ଠ ପାଞ୍ଚ ବିସ୍କୁଟ୍ କଂପାନି ଭିତରେ ସ୍ଥାନ ପାଇଥିବା ବିସ୍କ ଫାର୍ମର ପୂର୍ବାଞ୍ଚଳରେ ଚାରିଟି ଓ ନାଗପୁରରେ ଗୋଟିଏ କାରଖାନା ରହିଛି। ବେଙ୍ଗାଲୁରୁରେ ଏହା ନୂତନ କାରଖାନା ସ୍ଥାପନ କରୁଛି। କଂପାନିର ୨୦ ବର୍ଷ ପଦାର୍ପଣକୁ ନେଇ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କେ ଡି ପୌଲ ଉପସ୍ଥିତ ଥିଲେ। କଂପାନି ଆସନ୍ତା ତିନି ବର୍ଷରେ ସାରା ଦେଶରେ ଏହାର ଉପସ୍ଥିତି ଜାହିର କରିବାକୁ ଯାଉଥିବା ବେଳେ ଶ୍ରେଷ୍ଠ ତିନି ବିସ୍କୁଟ କଂପାନି ଭିତରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର