ବେଙ୍ଗାଲୁରୁରେ ଖୋଲିଲା ବିଟ୍‌କଏନ୍‌ ଏଟିଏମ୍‌

ବେଙ୍ଗାଲୁରୁ: ଭାରତରେ ପ୍ରଥମ ଥର ପାଇଁ ବିଟକଏନ ଏଟିଏମ୍‌ ଖୋଲିଛି। ବେଙ୍ଗାଲୁରୁର ଏକ ମଲ୍‌ରେ ଏହି ଏଟିଏମ ଖୋଲିଛି। କ୍ରିପ୍ଟୋକରେନ୍ସି ଏକ୍ସ‌େଚଞ୍ଜ ୟୁନୋକଏନ ପକ୍ଷରୁ ଏହି ଏଟିଏମ ଖୋଲାଯାଇଛି। ଗ୍ରାହକମାନେ ଏହି ଏଟିଏମ ମାଧ୍ୟମରେ ବିଟ୍‌କଏନ କାରବାର କରିପାରିବେ। ଏଟିଏମ୍‌ ନିର୍ମାତା ଏନସିଆର ପକ୍ଷରୁ ଏହି ଏଟିଏମ୍ ଯୋଗାଇ ଦିଆଯାଇଛି। ଏହା ସାଧାରଣ ବ୍ୟାଙ୍କ ‌ଏଟିଏମ୍‌ ଭଳି ହୋଇଥିଲେ ମଧ୍ୟ ଏଥିରେ କେତେକ ଭିନ୍ନତା ରହିଛି। ଚଳିତବର୍ଷ ଫେବ୍ରୁଆରିରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକୁ କ୍ରିପ୍ଟୋକରେନ୍ସି କାରବାର କରିବାକୁ ମନା କରାଯାଇଥିଲା। ଫଳରେ ଭାରତୀୟମାନେ ଦେଶର ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ବିଟକଏନ୍‌ କାରବାର କରି ପାରୁ ନାହାନ୍ତି। ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଥିଲେ କିମ୍ବା ବିଦେଶର ବନ୍ଧୁମାନଙ୍କ ସହଯୋଗରେ ଭାରତୀୟମାନେ ଏହି ମୁଦ୍ରାର କାରବାର କରି ପାରୁଛନ୍ତି। ଭାରତୀୟମାନଙ୍କ ଏହି ସମସ୍ୟା ଦୂର କରିବା ପାଇଁ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ୟୁନୋକଏନ ପକ୍ଷରୁ ଏହି ଏଟିଏମ ବା କିଓସ୍କ ଖୋଲାଯାଇଛି। ‌େତବେ ଏହି ଏଟିଏମରେ ଡେବିଟ/କ୍ରେଡିଟ କାର୍ଡ ବ୍ୟବହାରକୁ ଅଚଳ କରାଯାଇଛି। କ୍ର‌ିପ୍ଟୋକରେନ୍ସି କାରବାରକୁ ସହାୟତା ନଯୋଗାଇବା ପାଇଁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏଟିଏମରେ ଏଭଳି ବ୍ୟବସ୍ଥା କରାଯାଇଛି।

କେମିତି ବ୍ୟବହାର କରାଯାଇ ପାରିବ
ୟୁ‌େନାକଏନ ଏବଂ ଏହାର ସହାୟକ ସଂସ୍ଥା ୟୁନୋଡାକ୍ସର ଗ୍ରାହକମାନେ ଏହି ଏଟିଏମରେ ଦିନକୁ ୧ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମଧ୍ୟରେ ଜମା କରିପାରିବେ। ତେବେ କେବଳ ୫୦୦ ଟଙ୍କା ୟୁନିଟ୍‌ରେ ମୁଦ୍ରା ଜମା କରାଯାଇ ପାରିବ। ଏହି ଜମା ମାଧ୍ୟମରେ ଗ୍ରାହକଙ୍କ ଖାତାରେ ଯେତିକି ଟଙ୍କା ଜମା ରହିଥିବ ସେହି ଅର୍ଥକୁ ଏଟିଏମ୍‌ ଜରିଆରେ ବିଭିନ୍ନ ପ୍ରକାର କ୍ରିପ୍ଟୋକରେନ୍ସି କିଣିହେବ। ୟୁନୋକଏନ ଇଥେରିୟମ କ୍ରିପ୍ଟୋକରେନ୍ସି କାରବାରର ସୁଯୋଗ ଦେଉଥିବାବେଳେ ୟୁନୋଡାକ୍ସ ରିପଲ୍‌ ଏବଂ ଲାଇଟକଏନ ସମେତ ୩୦ ପ୍ରକାରର କ୍ରିପ୍ଟୋକରେନ୍ସି କାରବାର କରିବା ସୁଯୋଗ ଦେଇଥାଏ। ୟୁନୋକଏନ୍‌ର ପ୍ରାୟ ୧୩ ଲକ୍ଷ ଗ୍ରାହକ ଅଛନ୍ତି। ସେସବୁ ଗ୍ରାହକଙ୍କୁ ଏହି ଏଟିଏମ ସହାୟକ ହେବ ବୋଲି ୟୁନୋକଏନ୍‌ର ସିଇଓ ତଥା ପ୍ରତିଷ୍ଠାତା ସାତ୍ତ୍ବିକ ବିଶ୍ବନାଥ କୁହନ୍ତି। ପୂର୍ବରୁ ଭାରତୀୟମାନେ ବହି, ମ୍ୟୁଜିକ ସିଡି, ବସ୍ ଟିକେଟ ଆଦି ବିଭିନ୍ନ ଉଦ୍ଦେଶ୍ୟରେ ବିଟକଏନକୁ ବ୍ୟବହାର କରିପାରୁଥିଲେ।

କେଉଁଠି ପ୍ରଚଳନ ହେଉଛି
ଭାରତୀୟମା‌େ‌ନ ‌ଏବେ କ୍ରିପ୍ଟୋକରେନ୍ସିକୁ ଜାପାନ ଭଳି ଦେଶରେ ବ୍ୟବହାର କରି ପାରୁଛନ୍ତି। ସେଠାରେ ଖାଇବା ବିଲ୍ ପଇଠ ଠାରୁ ଆରମ୍ଭ କରି ବିମାନ ଏବଂ ସିନେମା ଟିକଟ କ୍ରୟ ଲାଗି ବିଟକଏନ ବ୍ୟବହାର କରାଯାଇ ପାରୁଛି। ଭାରତରେ ରହି ମଧ୍ୟ କେତେକ ବିଦେଶୀ ୱେବସାଇଟ୍‌ରୁ ସାମଗ୍ରୀ କ୍ରୟ କରି ପାରୁଛନ୍ତି।

ଦିଲ୍ଲୀ, ମୁମ୍ବାଇରେ ଖୋଲିବ
ବେଙ୍ଗାଲୁରୁ ପରେ ଆଗାମୀ ଦିନରେ ଦିଲ୍ଲୀ ଓ ମୁମ୍ବାଇ‌େର ୟୁନୋକଏନ୍‌ ପକ୍ଷରୁ କେତୋଟି ବିଟ୍‌କଏନ୍‌ ଏଟିଏମ୍‌ ଖୋଲିବା ଯୋଜନା ରହିଛି। ୨୦୧୩ ଡିସେମ୍ବରରେ ୟୁନୋକଏନ୍ ସ୍ଥାପନ ହୋଇଥିଲା।

ସମ୍ବନ୍ଧିତ ଖବର