ନୂଆଦିଲ୍ଲୀ: ବିଟ୍କଏନ୍କୁ ମୁଦ୍ରା ମାନ୍ୟତା ଦେବାର କୌଣସି ଯୋଜନା ନାହିଁ ବୋଲି ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବିଟ୍କଏନ୍ କାରବାର ସମ୍ପର୍କିତ କୌଣସି ତଥ୍ୟ ସରକାର ସଂଗ୍ରହ କରିନାହାନ୍ତି ବୋଲି ସେ କହିଛନ୍ତି। ବିଟ୍କଏନ୍ ହେଉଛି ଏକ ଡିଜିଟାଲ୍ ମୁଦ୍ରା ଯାହାକୁ ଲୋକମାନେ ସାମଗ୍ରୀ କିଣିବା ଓ ସେବା ହାସଲ କରିବା ପାଇଁ ବ୍ୟବହାର କରୁଛନ୍ତି। କୌଣସି ବ୍ୟାଙ୍କ, କ୍ରେଡିଟ୍ କାର୍ଡ ସଂସ୍ଥା କିମ୍ବା ତୃତୀୟ ପକ୍ଷର ସଂପୃକ୍ତି ବିନା ବିଟ୍କଏନ୍ ଜରିଆରେ ଲୋକମାନେ ପରସ୍ପରକୁ ଅର୍ଥ ପ୍ରେରଣ କରୁଛନ୍ତି। ୨୦୦୮ରେ କିଛି ଅଜଣା କମ୍ପ୍ୟୁଟର ପ୍ରୋଗ୍ରାମର୍ ଏହାକୁ ଏକ ଇଲେକ୍ଟ୍ରୋନିକ୍ ପେମେଣ୍ଟ୍ ବ୍ୟବସ୍ଥା ତଥା କ୍ରିପ୍ଟୋକରେନ୍ସି ଭାବେ ଉପସ୍ଥାପନ କରିଥିଲେ। ଏହା ହେଉଛି ବିଶ୍ବର ପ୍ରଥମ ବିକେନ୍ଦ୍ରୀକରଣ ମୁଦ୍ରା ଯାହା ଜରିଆରେ ବିନା ମଧ୍ୟସ୍ଥିରେ କାରବାର କରାଯାଇପାରୁଛି। ସଂସଦର ଶୀତ ଅଧିବେଶନରେ ସରକାର କ୍ରିପ୍ଟୋରେନ୍ସି ଓ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧ ଉପସ୍ଥାପନ କରିବେ। ଏହା ଜରିଆରେ ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରିବା ଯୋଜନା ରହିଛି। ଏହା ବ୍ୟତୀତ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନିଜସ୍ବ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବା ଲାଗି ଏହି ବିଲ୍ ଜରିଆରେ କ୍ଷମତା ପ୍ରଦାନ କରାଯିବ।
/sambad/media/post_attachments/wp-content/uploads/2020/03/bitcoin.jpg)
ଅନ୍ୟପକ୍ଷରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ କାର୍ଯ୍ୟ କରୁଛି। ତେବେ ଏହା ପୂର୍ବରୁ ବ୍ୟାଙ୍କ ନୋଟ୍କୁ ନେଇ ରିଜର୍ଭ ବ୍ୟାଙ୍କ ନିୟମ ୧୯୩୪ରେ ଯେଉଁ ସଂଜ୍ଞାକୁ ବ୍ୟାପକ କରିବାକୁ ରିଜର୍ଭ ବ୍ୟାଙ୍କ ଦାବି କରିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ ନିୟମରେ ସଂଶୋଧନ ଆଣିବାକୁ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ଆଜି ସଂସଦରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Bit-Coin-Will-Not-Get-Currency-Value_Thumbnail.jpg)