ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି। ଏହା ହେଉଛି ବିଟ୍କଏନ୍ ମୂଲ୍ୟରେ ସର୍ବକାଳୀନ ରେକର୍ଡ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରଠାରୁ ଏହାର ଦାମ୍ ନିୟମିତ ଭାବେ ବଢ଼ୁଛି। ସେ କ୍ରିପ୍ଟୋକରେନ୍ସିକୁ ଖୋଲାଖୋଲି ଭାବେ ସମର୍ଥନ କରୁଥିବା ବେଳେ ଆମେରିକାରେ କ୍ରିପ୍ଟୋ ଭଣ୍ଡାର ଖୋଲିବାକୁ ସଂକଳ୍ପ ନେଇଛନ୍ତି। ତାହାର ପ୍ରଭାବରେ ବିଟ୍କଏନ୍ ଚାହିଦା ବଢ଼ିବା ସହ ଦାମ୍ ବଢ଼ୁଛି। ଡଲାର ଭଳି ଆଗାମୀ ଦିନରେ ବିଟ୍କଏନ୍କୁ ବିଭିନ୍ନ ଦେଶ କିଣି ନିଜ ପାଖରେ ରଖିବାର ସମ୍ଭାବନା ରହିଛି। କ୍ରିପ୍ଟୋକରେନ୍ସି ବଜାର ଅଧାରୁ ଅଧିକ ଅଂଶ (୫୬.୧%) ବିଟ୍କଏନ୍ ପାଖରେ ରହିଛି। ଅନ୍ୟ ପ୍ରମୁଖ କ୍ରିପ୍ଟୋଗୁଡ଼ିକ ହେଉଛି ଏଲନ୍ ମସ୍କଙ୍କ ସମର୍ଥିତ ଡୋଜ୍କଏନ୍, ଏଥେରିଅମ୍, ଶିବୁ ଇନୁ, ସୋଲାନା, କାର୍ଡାନୋ ଓ ଆଭାଲାଞ୍ଚେ।
ବିଟ୍କଏନ୍ ଦାମ୍ ଲକ୍ଷେ ଡଲାର ଟପିଲା
ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି। ଏହା ହେଉଛି ବିଟ୍କଏନ୍ ମୂଲ୍ୟରେ ସର୍ବକାଳୀନ ରେକର୍ଡ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରଠାରୁ ଏହାର ଦାମ୍ ନିୟମିତ ଭାବେ ବଢ଼ୁଛି।
/sambad/media/post_attachments/wp-content/uploads/2018/04/bitcoin.png)