ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ପରେ ଜାଲ୍ କଂପାନିଗୁଡ଼ିକ ଜରିଆରେ ବିପୁଳ ପରିମାଣର କଳାଟଙ୍କା ଧଳା କରାଯାଇଛି। ସରକାର ୧୩ଟି ବ୍ୟାଙ୍କରୁ ହାସଲ କରିଥିବା ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ତାହା ଜାଣିପାରିଛନ୍ତି। ପାଖାପାଖି ୫୮୦୦ଟି କଂପାନିର କାରବାର ଉପରେ ସନ୍ଦେହ ପ୍ରକଟ କରାଯାଇଛି।
ଜାଲ୍ କଂପାନିଗୁଡ଼ିକର ବ୍ୟାଙ୍କ ଖାତା ଏକ ପ୍ରକାର ନିଷ୍କ୍ରିୟ ରହିଥିଲା। ବିମୁଦ୍ରାକରଣ ଘୋଷଣା ହେବା ପରେ ହଠାତ ଏହି କଂପାନିଗୁଡ଼ିକ ସକ୍ରିୟ ହୋଇ ଉଠିିଥିଲେ। ଏହି କଂପାନିଗୁଡ଼ିକ ନିଜ ନାମରେ ଶତାଧିକ ଖାତା ଖୋଲିଥିଲେ। ସେଥିରେ ବିପୁଳ ପରିମାଣର ଟଙ୍କା ଜମା କରିଥିଲେ ଏବଂ ପରବର୍ତି ପର୍ଯ୍ୟାୟ ସବୁ ଟଙ୍କା ଉଠାଇ ନେଇଥିଲେ।
ଏଭଳି ଜାଲ୍ କଂପାନିଗୁଡ଼ିକର ୧୩,୧୪୦ଟି ବ୍ୟାଙ୍କ ଖାତାରେ ୪୫୭୪ କୋଟି ଟଙ୍କା ବିମୁଦ୍ରାକରଣ ପରେ ଜମା ହୋଇଥିଲା ଏବଂ କିଛି ଦିନ ଭିତରେ ସେଥି ମଧ୍ୟରୁ ୪୫୫୨ କୋଟି ଟଙ୍କା ଉଠାଇ ମଧ୍ୟ ନିଆଯାଇଥିଲା। ବିମୁଦ୍ରାକରଣ ପରେ ବ୍ୟାଙ୍କମାନେ ୨,୦୯,୦୩୨ଟି କଂପାନିର କାରବାର ଉପରେ ସନ୍ଦେହ ପ୍ରକଟ କରିଥିଲେ। ବ୍ୟାଙ୍କଗୁଡ଼ିକ ସେହି ତଥ୍ୟ ଚଳିତ ବର୍ଷ ରେଜିଷ୍ଟାର୍ ଅଫ୍ କଂପାନିଜ୍୍କୁ ପ୍ରଦାନ କରିଥିଲେ। ଏହା ପରଠାରୁ ଉକ୍ତ କଂପାନିଗୁଡ଼ିକର ବ୍ୟାଙ୍କ ଖାତାକୁ ଅଚଳ କରିଦିଆଯାଇଛି। କିନ୍ତୁ ଏହା ପୂର୍ବରୁ ସେମାନେ ବିପୁଳ ପରିମାଣର କଳାଟଙ୍କା ଧଳା କରିପାରିଛନ୍ତି। କେତେକ କଂପାନି ନାମରେ ୧୦୦ରୁ ଅଧିକ ବ୍ୟାଙ୍କ ଖାତା ରହିଛି। ଅନ୍ୟ ଏକ ଜାଲ୍ କଂପାନି ନାମରେ ୨୧୩୪ଟି ବ୍ୟାଙ୍କ ଖାତା ଖୋଲାଯାଇଛି। ଅନ୍ୟ ସବୁ କଂପାନିଗୁଡ଼ିକର ୩୦୦-୯୦୦ ପର୍ଯ୍ୟନ୍ତ ବ୍ୟାଙ୍କ ଖାତା ରହିଛି। ବ୍ୟାଙ୍କମାନେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, ଏହି ସବୁ କଂପାନିଗୁଡ଼ିକର ମୋଟ ବ୍ୟାଙ୍କ ଖାତା ବାଲାନ୍ସ ଗତବର୍ଷ ନଭେମ୍ବର ୮ରେ ୨୨.୦୫ କୋଟି ଟଙ୍କା ଥିଲା। ଏହାର ପରଦିନ (ନଭେମ୍ବର ୯)ଠାରୁ ସେମାନଙ୍କ ବ୍ୟାଙ୍କ ଖାତା ଅଚଳ କରାଯିବା ପର୍ଯ୍ୟନ୍ତ ସମୟ ଭିତରେ ଏହି କଂପାନିଗୁଡ଼ିକ ନିଜର ବ୍ୟାଙ୍କ ଖାତାଗୁଡ଼ିକରେ ୪୫୭୪ କୋଟି ଟଙ୍କା ଜମା କରିଥିଲେ ଏବଂ ୪୪୫୨ କୋଟି ଟଙ୍କା ଉଠାଇ ମଧ୍ୟ ନେଇଥିଲେ।
ବ୍ୟାଙ୍କମାନେ ପ୍ରଦାନ କରିଥିବା ତଥ୍ୟକୁ ସରକାର ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ବିମୁଦ୍ରାକରଣ ଘୋଷଣା ହେବା ଦିନ ୪୨୯ଟି କଂପାନିର ବାଲାନ୍ସ ଶୂନ ଥିଲା। ଏହା ପରେ ସେମାନେ ମୋଟ ୧୧ କୋଟି ଟଙ୍କା ଜମା କରିଥିଲେ ଏବଂ ଉଠାଇ ନେଇଥିଲେ। ସେହିପରି ୩୮୦୦ଟି କଂପାନିର ବହୁତ ସଂଖ୍ୟକ ଖାତା ରହିଛି। ବିମୁଦ୍ରାକରଣ ଦିନ ଏହି ସବୁ କଂପାନିର ମୋଟ ଜମା ରାଶି ପରିମାଣ ୧୩ କୋଟି ଟଙ୍କା ଥିଲା। ସେମାନଙ୍କ ବ୍ୟାଙ୍କ ଖାତା ଅଚଳ କରାଯିବା ଭିତରେ ସେମାନେ ୩୮୦୦ କୋଟି ଟଙ୍କା ଜମା କରିଥିଲେ ଏବଂ ଉଠାଇ ମଧ୍ୟ ନେଇଥିଲେ।
ଜାଲ୍ କଂପାନିଙ୍କ କାରସାଦି ଧରାପଡ଼ିଲା
ବିମୁଦ୍ରାକରଣ ସମୟରେ ୪୫୦୦ କୋଟି କଳାଟଙ୍କା ଧଳା କରିଥିଲେ
/sambad/media/post_attachments/wp-content/uploads/2017/10/black-money-notes-ban-demonetised-notes-file_650x400_71505026452.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)