ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଗାଧୋଇବା ସମୟରେ ଜଣେ ୧୦ବର୍ଷର ବାଳିକା ଗୁରୁତର ଆହତ ହୋଇଛନ୍ତି। କାରଣ ସେ ଗାଧୋଇବା ପାଇଁ ଯେଉଁ ସାବୁନ ବ୍ୟବହାର କରିଥିଲେ ସେଥିରୁ ଏକ ବ୍ଲେଡ ବାହାରିଥିଲା।
ଘଟଣାଟି ଗ୍ୱାଲିୟରର ଆନନ୍ଦ ନଗର ବାହୋଦାପୁର ଅଞ୍ଚଳରେ ଘଟିଛି। ଏଠାରେ ବସବାସ କରୁଥିବା ଜଣେ ୧୦ବର୍ଷର ବାଳିକା ଖେଳି ସାରି ଘରକୁ ଫେରିଥିଲେ। ଏହାପରେ ସ୍ନାନ ପାଇଁ ଯାଇଥିଲେ। ସ୍ନାନ କରିବା ସମୟରେ ସେ ସାବୁନର ବ୍ୟବହାର କରିଥିଲେ। ଏହି ସମୟରେ ତାଙ୍କ ଗାଲରୁ ରକ୍ତ ବାହାରୁଥିବା ସେ ଅନୁଭବ କରିପାରି କାନ୍ଦିକାନ୍ଦି ତାଙ୍କ ବାପା ଓ ମା’ଙ୍କୁ ଡାକି ଥିଲେ।
ବାପା ଓ ମା’ ଆସିବା ପରେ ସେମାନେ ଝିଅ ମୁହଁରୁ ରକ୍ତ ବାହାରୁ୍ଥିବା ସହିତ ଅନେକ ସ୍ଥାନରେ କ୍ଷତି ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ବାପା ଝିଅ ହାତରେ ଧରିଥିବା ସାବୁନକୁ ନେଇ ଦେଖିଲା ପରେ ସେଥିରୁ ଏକ ବ୍ଲେଡ୍ ବାହାରିଥିଲା। ଯାହାକୁ ଦେଖି ସମଗ୍ର ପରିବାର ଭୟଭୀତ ହୋଇଯାଇଥିଲେ।
ଏହି ଘଟଣାକୁ କେନ୍ଦ୍ର କରି ପୀଡ଼ିତାଙ୍କ ବାପା ଜାତୀୟ ଗ୍ରାହକ ହେଲ୍ପଲାଇନ୍ରେ ଅଭିଯୋଗ କରିବା ସହିତ ଗ୍ରାହକ ଫୋରମରେ ମାମଲା ଦାୟର କରିଥିଲେ।
ପୀଡ଼ିତାଙ୍କ ବାପା ଅଭିଯୋଗ କରି କହିଛନ୍ତି, ‘ ଗ୍ରାହକଙ୍କ ଜୀବନ ସହିତ ଖେଳ ଖେଳିବାର କୌଣସି କମ୍ପାନିର ଅଧିକାର ନାହିଁ। ଏଭଳି ଅବହେଳା ଯୋଗୁଁ କାହାର ମୃତ୍ୟୁ ବି ହୋଇଯାଇପାରେ। ଏପରି ପରିସ୍ଥିତିର କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଦୈନନ୍ଦିନ ବ୍ୟବହାର ସାମଗ୍ରୀରେ ଏପରି ବ୍ଲେଡ ବାହାରିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଥରେ ଭାବି ଦେଖନ୍ତୁ ତ ଉକ୍ତ ବ୍ଲେଡ ଯୁକ୍ତ ସାବୁନରେ ଯଦି ଝିଅର ଗଳା କଟି ଯାଇଥାଆନ୍ତା ତେବେ କିଭଳି ଅବସ୍ଥା ହୋଇଥାଆନ୍ତା।।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/29/6VgPfKDpiaMHqqWh5xuI.jpeg)