ନୂଆଦିଲ୍ଲୀ: କାର୍ଯ୍ୟାଳୟ ବାହାରକୁ ଯେଭଳି କୌଣସି କର୍ମଚାରୀ ନଯାଆନ୍ତି ତାହା ନିଶ୍ଚିତ କରିବା ଲାଗି ଗେଟ୍ରେ ତାଲା ପକାଉଥିବା ଗୁରୁଗ୍ରାମର ଏକ କଂପାନିକୁ କଡ଼ା ସମାଲୋଚନା କରାଯାଇଛି। ବିନା ଅନୁମତିରେ କୌଣସି କର୍ମଚାରୀଙ୍କୁ ଏହି ସଂସ୍ଥା ବାହାରକୁ ଯିବାକୁ ଦେଉନଥିଲା। କୋଡିଂ ନିଞ୍ଜାସ୍ ନାମକ ଏକ ଏଡ୍ଟେକ୍ ସଂସ୍ଥାରେ ଦୁଇ ସପ୍ତାହ ତଳେ ଏହି ଘଟଣା ଘଟିଥିଲା। ଜଣେ ସିକ୍ୟୁରିଟି ଗାର୍ଡ ଗେଟ୍ରେ ତାଲା ପକାଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ କଂପାନି ଦୁଃଖ ପ୍ରକାଶ କରିଛି। କଂପାନି ଜଣାଇଛି ଯେ ଏହା ଏକ ନିର୍ଦ୍ଦିଷ୍ଟ ଘଟଣା। ଏଥିରେ ସାମିଲ ଥିବା କର୍ମଚାରୀ ଜଣକ ନିଜ ଭୁଲ ସ୍ବୀକାର କରିବା ସହ କ୍ଷମା ମାଗିଛନ୍ତି। ଏଭଳି ଘଟଣାର ପୁନରାବୃତ୍ତି ହେବନି ବୋଲି କଂପାନି କହିଛି। କଂପାନିର ପ୍ରତିଷ୍ଠାତାମାନେ ମଧ୍ୟ ସବୁ କର୍ମଚାରୀଙ୍କୁ କ୍ଷମା ମାଗିଛନ୍ତି। ଗତ ୭ ବର୍ଷ ଭିତରେ ଆମେ ଏହି କଂପାନିକୁ ଅତି ଯତ୍ନର ସହ ଗଠନ କରିଛୁ। ଏହି ଘଟଣା ଲାଗି ଯେଉଁମାନଙ୍କୁ ଦୁଃଖ ପହଞ୍ଚିଛି ଆମେ ସେମାନଙ୍କ ନିକଟରେ କ୍ଷମତା ପ୍ରାର୍ଥନା କରୁଛୁ ବୋଲି ପ୍ରତିଷ୍ଠାତା କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp