‘ଓ୍ଵାନପ୍ଲସ୍‌ ୫ଟି’ର ଶୁଭାରମ୍ଭ

ନୂଆଦିଲ୍ଲୀ: ଓ୍ଵାନପ୍ଲସ ପକ୍ଷରୁ ‘ଓ୍ଵାନପ୍ଲସ ୫ଟି’ ପ୍ରିମିୟମ ଫ୍ଲାଗସିପ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି। ଓ୍ଵାନପ୍ଲସ ୫ଟି ୬୪ଜିବି ଏବଂ ୧୨୮ଜିବି ( ମିଡ ଲାଇଟ ଭର୍ସନ)ର ମୂଲ୍ୟ ଯଥାକ୍ରମେ ୩୨,୯୯୯ ଟଙ୍କା ଏବଂ ୩୭,୯୯୯ ଟଙ୍କା ରହିଛି। ନଭେମ୍ବର ୨୧ ଅପରାହ୍ନରୁ ଆମାଜନ ଡଟ୍‌ ଇନ, ଓ୍ଵାନପ୍ଲସ୍‌ଷ୍ଟୋର.ଇନ ଏବଂ ବାଙ୍ଗାଲୋର ସ୍ଥିତ ୱାନପ୍ଲସ୍‌ ଏକ୍ସପେରିଏନ୍ସ ଷ୍ଟୋରରେ ଏହା ଉପଲବ୍ଧ କରାଯାଇଛି। ଓ୍ଵାନପ୍ଲସ ୫ ପ୍ରତି ଗ୍ରାହକଙ୍କ ସକାରାତ୍ମକ ମନୋଭାବ ରହିଥିବା ଦେଖି ‘ଓ୍ଵାନପ୍ଲସ୍‌ ୫ଟି’ ଆଣିଛୁ ବୋଲି କମ୍ପାନିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପେଟେ ଲାଓ କହିଛନ୍ତି।

ସମ୍ବନ୍ଧିତ ଖବର