ବିଏମ୍‌ଡବ୍‌ଲ୍ୟୁ ବାଇକ୍‌: ଦାମ୍‌ ୩ ଲକ୍ଷ ଟଙ୍କାରୁ ଆରମ୍ଭ 

ନୂଆଦିଲ୍ଲୀ: ବିଏମ୍‌ଡବ୍‌ଲ୍ୟୁ ମୋଟୋରାଡ୍‌ର ଦୁଇଟି ନୂଆ ବାଇକ୍‌ ଭାରତୀୟ ବଜାରରେ ଉନ୍ମୋଚନ କରାଯାଇଛି। ତାହା ହେଉଛି-ଜି ୩୧୦ ଆର୍‌ ଓ ଜି ୩୧୦ ଜିଏସ୍‌। ପ୍ରଥମ ବାଇକ୍‌ର ମୂଲ୍ୟ ୨.୯୯ ଲକ୍ଷ ଟଙ୍କା ହୋଇଥିବା ବେଳେ ଜି ୩୧୦ ଜିଏସ୍‌ର ମୂଲ୍ୟ ହେଉଛି ୩ ଲକ୍ଷ ୯୯ ହଜାର ଟଙ୍କା।  ମାସେ ପୂର୍ବରୁ ଏହି ଦୁଇ ବାଇକ୍‌ର ବୁକିଙ୍ଗ୍‌ ଆରମ୍ଭ ହୋଇସାରିଛି। ଗ୍ରାହକମାନେ ୫୦ ହଜାର ଟଙ୍କା ଦେଇ ଏହାର ବୁକିଙ୍ଗ୍‌ କରୁଛନ୍ତି। ଭାରତରେ ଉପଲବ୍ଧ ହେଉଥିବା ବିଏମ୍‌ଡବ୍‌ଲ୍ୟୁ ଏହା ହେଉଛି ସବୁଠୁ ଶସ୍ତା ବାଇକ୍‌। ଏହି ଦୁଇ ବାଇକ୍‌କୁ ଟିଭିଏସ୍‌ ମୋଟର ସହଯୋଗରେ ବିକଶିତ କରାଯାଇଛି। ଉଭୟ ବାଇକ୍‌ରେ ୩୧୩ ସିସିର ଇଞ୍ଜିନ ରହିଛି ଓ ଏହାର ସର୍ବାଧିକ ବେଗ ହେଉଛି ଘଣ୍ଟା ପିଛା ୧୪୩ କିଲୋମିଟର।

ସମ୍ବନ୍ଧିତ ଖବର