ନୂଆଦିଲ୍ଲୀ: ବିଏମ୍ଡବ୍ଲ୍ୟୁ ଭାରତ ବଜାରରେ ଦୁଇଟି ନୂଆ ଦାମୀ ବାଇକ୍ର ବଜାର ପ୍ରବେଶ ଘୋଷଣା କରିଛି। ସେଗୁଡ଼ିକ ହେଲା ୨୦୧୯ ବିଏମ୍ଡବ୍ଲ୍ୟୁ ଆର୍ ୧୨୫୦ ଜିଏସ୍ ଏବଂ ଆର୍ ୧୨୫୦ ଜିଏସ୍ ଆଡଭେଞ୍ଚର। ଦୁଇଟି ଯାକ ବାଇକ୍କୁ କମ୍ପାନି ଦୁଇଟି ଲେଖାଏଁ ଭାରିଆଣ୍ଟରେ ଆଣିଛି। ଏହି ବାଇକ୍ର ମୂଲ୍ୟ ୧୬ ଲକ୍ଷ ୮୫ ହଜାର ଟଙ୍କାରୁ ଆରମ୍ଭ କରି ୨୧ ଲକ୍ଷ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। କମ୍ପାନିର ଡିଲରପଏଣ୍ଟ୍ ଗୁଡ଼ିକରେ ଏହି ବାଇକ୍ ପାଇଁ ବୁକିଂ କରାଯାଇ ପାରିବ। ବୁକିଂ ବାବଦରେ ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ହେବ। ବିଏମ୍ଡବ୍ଲ୍ୟୁ ଏହି ବାଇକ୍ ଦୁଇଟିରେ ସବୁଠାରୁ ଯେଉଁ ବଡ଼ ପରିବର୍ତ୍ତନ ଆଣିଛି ତାହା ହେଲା ଇଞ୍ଜିନ। ପୂର୍ବ ମଡେଲ ତୁଳନାରେ ଏହି ବାଇକ୍ ଦୁଇଟି ଯଥେଷ୍ଟ ଶକ୍ତିଶାଳୀ ରହିଛି। ଏଥିସହିତ ଏହି ବାଇକ ଦ୍ବୟରେ କେତେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି। ସେଥିରେ ଏଲଇଡି ହେଡଲାଇଟ୍ ଏବଂ ଏଲଇଡି ଡିଆରଏଲ୍ ରହିଛି। ବାଇକରେ ୬.୫ ଇଞ୍ଚର ଟିଏଫଟି ସ୍କ୍ରିନ୍ ଲାଗିଛି। ମ୍ୟୁଜିକ୍ ଓ ନାଭିଗେସନ୍ ପାଇଁ ଏହାକୁ ସ୍ମାର୍ଟଫୋନ ସହିତ କନେକ୍ଟ କରାଯାଇ ପାରିବ। ପୂର୍ବ ମଡେଲ ତୁଳନାରେ ନୂଆ ବାଇକରୁ ଅଧିକ ୧୧ଏଚପିର ପାୱାର ଏବଂ ୧୮ଏନ୍ଏମ୍ର ଟର୍କ ମିଳିବ।
ବିଏମ୍ଡବ୍ଲ୍ୟୁ ଆଣିଲା ୨୨ ଲକ୍ଷ ଟଙ୍କିଆ ବାଇକ୍
/sambad/media/post_attachments/wp-content/uploads/2019/01/bmw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)