ଭୁବନେଶ୍ବର: ବିଏମ୍‌ଡବ୍ଳୁ ପକ୍ଷରୁ ଭାରତରେ ଏହାର ନୂଆ ସୁପର୍‌ ବାଇକ୍ ବିଏମ୍‌ଡବ୍ଳୁ ଏସ୍‌ ୧୦୦୦ ଆର୍‌ଆର୍‌କୁ ଉନ୍ମୋଚନ କରାଯାଇଛି। ଏହାକୁ ବଲିଉଡ୍‌ ଅଭିନେତା ସାହିଦ କପୁର, କଂପାନିର ଏସିଆ ପାସିଫିକ୍ ମୁଖ୍ୟ ଦିମିତ୍ରିସ ରାପ୍‌ଟିସ୍‌ ଓ ବିଏମ୍‌ଡବ୍ଲୁ୍ ଗ୍ରୁପ୍ ଇଣ୍ଡିଆର ସଭାପତି ଡକ୍ଟର ହାନ୍ସ-କ୍ରିଷ୍ଟିଆନ ବାର୍ଟେଲସ୍‌ ଉନ୍ମୋଚନ କରିଥିଲେ। ବିଏମ୍‌ଡବ୍ଳୁ ମୋଟୋରାଡ ଡିଲର୍‌ସିପ୍‌ରେ ଏହାର ବୁକିଙ୍ଗ କରାଯାଇପାରିବ। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧୮ ଲକ୍ଷ ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହି ସୁପର୍‌ବାଇକ୍ ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି।