ବିଏମ୍‌ଡବ୍‌ଲ୍ୟୁ ମିନି କଣ୍ଟ୍ରିମ୍ୟାନ୍‌

ବିଏମ୍‌ଡବ୍‌ଲ୍ୟୁ ପକ୍ଷରୁ ମିନି କଣ୍ଟ୍ରିମ୍ୟାନ୍‌କୁ ଉନ୍ମୋଚନ କରାଯାଇଛି। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ଏହାର ଡେଲିଭରି ଜୁନ୍‌ରୁ ଆରମ୍ଭ ହେବ। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ ହେବା ସହିତ ଏହାର ଡେଲିଭରି ଜୁନ ୨୦୧୮ଠାରୁ ଆାରମ୍ଭ ହେବାକୁ ଯାଉଛି । ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୩୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ ପାନୋରାମିକ୍‌ ସନ୍‌ରୁଫ୍‌, ଇଲେକ୍ଟ୍ରିକ୍‌ ଆଡ୍‌ଜଷ୍ଟ୍‍ ସିଟ୍‌ ରହିଛି। ନୂଆ କଣ୍ଟ୍ରିମ୍ୟାନ୍‌ ୫ଟି ରଙ୍ଗରେ ଉପଲବ୍ଧ ହେବ। ଏଥିରେ ସ୍ୱୟଂଚାଳିତ ଟେଲ୍‌ ଗେଟ୍‌, କ୍ରୁଜ୍‌ କଂଟ୍ରୋଲ୍‌, ଏଲ୍‌ଇଡି ହେଡ୍‌ଲାଇଟ୍‌, ଫଗ୍‌ ଲାଇଟ୍‌, ବିବିଧ କାମ କରିପାରୁଥିବା ଷ୍ଟିୟରିଂ, ସାମ୍ନା ଓ ପଛରେ ସେଣ୍ଟର୍‌ ଆର୍ମ ରେଷ୍ଟ୍‍ ଓ ରେଡିଓ ମିନି ବୁଷ୍ଟ୍‍ ଭଳି ବୈଶିଷ୍ଟ୍ୟ ରହିଛି। ଏହି ସବୁ ବୈଶିଷ୍ଟ୍ୟ ମିନି କଣ୍ଟ୍ରିମ୍ୟାନ୍‌କୁ ଏକ ଆକର୍ଷଣୀୟ ଗାଡ଼ିରେ ପରିଣତ କରିପାରିଛି।

ସମ୍ବନ୍ଧିତ ଖବର