ବି ଏନ୍‌ ଶର୍ମା ଆଣ୍ଟି ପ୍ରଫିଟିଅରିଂ ଅଥରିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଜିଏସ୍‌ଟିରେ ଲାଭଖୋର ବ୍ୟବସାୟୀଙ୍କ ଉପରେ ନଜର ରଖିବା ପାଇଁ ଗଠିତ ନ୍ୟାସନାଲ ଆଣ୍ଟି ପ୍ରଫିଟିଅରିଂ ଅଥରିଟି (ଏନ୍‌ଏପିଏ)ର ଅଧ୍ୟକ୍ଷ ଭାବେ ବରିଷ୍ଠ  ଆଇଏଏସ୍‌ ଅଧିକାରୀ ବି. ଏନ୍‌. ଶର୍ମାଙ୍କୁ ସରକାର ଆଜି ନିଯୁକ୍ତି ଦେଇଛନ୍ତି। ୧୯୮୫ ବ୍ୟାଚ ରାଜସ୍ଥାନ କ୍ୟାଡର ଅଧିକାରୀ ଶ୍ରୀ ଶର୍ମା ଏବେ ଅର୍ଥ ମନ୍ତ୍ରାଳୟର ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୨ ବର୍ଷ ପାଇଁ ଏହି କର୍ତୃପକ୍ଷ ଗଠନ କରାଯାଇଛି। ଶ୍ରୀ ଶର୍ମା ଯେଉଁଦିନଠାରୁ ଦାୟିତ୍ୱ ଗ୍ରହଣ କରିବେ ସେବେଠାରୁ ୨ ବର୍ଷ ପର୍ଯ୍ୟନ୍ତ ଏହି କର୍ତୃପକ୍ଷ କାର୍ଯ୍ୟ କରିବ। ଶର୍ମାଙ୍କୁ ଚାରି ଜଣ ଯୁଗ୍ମ ସଚିବ ବା ତଦୂର୍ଦ୍ଧ ପାହ୍ୟାର ବରିଷ୍ଠ ଅଧିକାରୀମାନେ ସହାୟତା ପ୍ରଦାନ କରିବେ। ସେମାନେ ହେଲେ ହିମାଚଳ ପ୍ରଦେଶ ଟିକସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜେ. ସି. ଚୌହାନ, ଜିଏସ୍‌ଟି-କୋଲକାତାର ପ୍ରଧାନ ଆୟୁକ୍ତ ବିଜୟ କୁମାର, ଜିଏସ୍‌ଟି-ମିରଟର ପ୍ରଧାନ ଆୟୁକ୍ତ ସି. ଏଲ୍‌. ମାହାର ଏବଂ ଚେନ୍ନାଇର ଏଡିଜି (ସିଷ୍ଟମ୍‌ସ) ଆର୍‌. ଭାଗ୍ୟଦେବୀ।

ସମ୍ବନ୍ଧିତ ଖବର