ଭୁବନେଶ୍ୱର : ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ଚଢ଼ା ମହିଳା ଗ୍ରାହକଙ୍କ ନିମନ୍ତେ ଏକ ନୂତନ ସୁନା ଋଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଟନା ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ନିତ୍ୟାନନ୍ଦ ବେହେରାଙ୍କ ଉପସ୍ଥିତିରେ ଭର୍ଚୁଆଲ ମୋଡ୍ ମାଧ୍ୟମରେ ଏହାର ଶୁଭାରମ୍ଭ କରାଯାଇଛି। ସହିଦ୍ ନଗର ଶାଖାରେ ଅନୁଷ୍ଠିତ ଏହି ଯୋଜନାର ଶୁଭାରମ୍ଭ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜାମସେଦପୁର ନେଟ୍ୱର୍କ-୧ର ଉପମହାପ୍ରବନ୍ଧକ ଜଗଦୀଶ ତୁଙ୍ଗାରିଆ, ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଭାରତ ଭୂଷଣ , ଭୁବନେଶ୍ୱର କ୍ଷେତ୍ର-୨ର କ୍ଷେତ୍ରୀୟ ମୁଖ୍ୟ ଅନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ପ୍ରୋତ୍ସାହନ ଯୋଗାଇଦେବ। ବ୍ୟାଙ୍କ ପକ୍ଷରୁ ମହିଳା ଗ୍ରାହକମାନଙ୍କୁ ସ୍ୱଳ୍ପ ସୁଧ ହାରରେ ଆତ୍ମନିର୍ଭର ୱିମେନ୍ ଯୋଜନାରେ ‘ବରୋଦା ସ୍ୱର୍ଣ୍ଣ ଋଣ’ ପ୍ରଦାନ କରାଯିବ । ଏଥି ପାଇଁ ବ୍ୟାଙ୍କର ପାଟନା ଅଞ୍ଚଳ ପକ୍ଷରୁ ସହିଦ୍ ନଗର ଶାଖାକୁ ଚିହ୍ନଟ କରାଯାଇଛି।
ବିଓବିର ସୁନା ଋଣ ଯୋଜନା
/sambad/media/post_attachments/wp-content/uploads/2020/12/bank-of-baroda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)