ବଡିଲାଇନ୍‌ ସ୍ପୋର୍ଟସ୍‌ରେ ନୂଆ ଫିଟ୍‌ନେସ୍‌ ସାମଗ୍ରୀ

ଭୁବନେଶ୍ୱର: ସ୍ପୋର୍ଟସ ଓ ଫିଟ୍‌ନେସ୍‌ ସାମଗ୍ରୀ ବିକ୍ରି କ୍ଷେତ୍ରରେ ବଡିଲାଇନ୍‌ ସ୍ପୋର୍ଟସ ଏକ ପରିଚିତ ନାମ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଗ୍ରାହକଙ୍କୁ ଏହା ଉଭୟ ବିକ୍ରି ଓ ବିକ୍ରି ପରବର୍ତୀ ସେବା ଯୋଗାଇ ଆସୁଛି। ବାଣିଜ୍ୟିକ ଜିମ୍‌ ସ୍ଥାପନ ସେବା କରିବା ସହିତ ଗ୍ରାହକଙ୍କୁ ଉନ୍ନତମାନର ଫିଟ୍‌ନେସ୍‌ ସାମଗ୍ରୀ ଯୋଗାଇ ଦେବା କ୍ଷେତ୍ରରେ ବଡିଲାଇନ୍‌ର ଖ୍ୟାତି ରହିଛି। ଉଭୟ ବାଣିଜ୍ୟିକ ଓ ଘରୋଇ ବ୍ୟବହାର ପାଇଁ ବଡ଼ିଲାଇନ୍‌ ବାଇକ୍‌, ଏଲିପ୍ଟିକାଲ ଟ୍ରେନର, ଟ୍ରେଡମିଲ୍‌, ମୋସନ ଟ୍ରେନର, ବେଞ୍ଚ ଓ ଏବି ଏକ୍ସରସାଇଜର ଆଦି ଅତ୍ୟାଧୁନିକ ଫିଟ୍‌ନେସ୍‌ ସାମଗ୍ରୀ ଯୋଗାଇ ଦେଉଛି। ଏତଦ୍‌ବ୍ୟତୀତ ଦେଶରେ ଉନ୍ନତମାନର ସ୍ପୋର୍ଟସ ଓ ଫିଟ୍‌ନେସ୍‌ ଭିତ୍ତିଭୂମିର ବିକାଶ ପାଇଁ ବଡିଲାଇନ୍‌ ସ୍ପୋର୍ଟସ ବିଭିନ୍ନ ଅନ୍ତର୍ଜାତୀୟ ଫିଟ୍‌ନେସ୍‌ ବ୍ରାଣ୍ଡ୍‌ ସହିତ ସହଯୋଗିତା ସ୍ଥାପନ କରିଛି। ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଫିଟ୍‌ନେସ୍‌ କ୍ଷେତ୍ରରେ ଏକ ବିପ୍ଳବ ଆଣିବା ନିମନ୍ତେ ବଡିଲାଇନ୍‌ ସ୍ପୋର୍ଟସ ଏକ୍ସକ୍ଲୁସିଭ ଫିଟନେସ୍‌ କ୍ଷେତ୍ରରେ ନୂଆ ଚିନ୍ତାଧାରାର ପ୍ରବର୍ତନ କରିଛି। ଭୁବନେଶ୍ୱରରେ ବଡିଲାଇନ୍‌ ସ୍ପୋର୍ଟସ ଏହାର ଏହାର ଶାଖା ସଂପ୍ରସାରଣ ଯୋଜନା ମଧ୍ୟ ରଖିଛି।

ସମ୍ବନ୍ଧିତ ଖବର