ହିନ୍ଦୀ କହିବା ବେଳେ ଦେହ ଥରେ, ସଙ୍କୋଚର ସହ କୁହେ: ନିର୍ମଳା

ନୂଆଦିଲ୍ଲୀ: ହିନ୍ଦୀ କହିବା ବେଳେ ମୋ ଦେହ ଥରିଗଲା ଭଳି ଲାଗେ। ମୁଁ ସଙ୍କୋଚର ସହ ହିନ୍ଦୀ କହିଥାଏ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଏହା କହିଛନ୍ତି। ‌କାହିଁକି ହିନ୍ଦୀ କହିବା ତାଙ୍କ ପାଇଁ ସହଜ ‌ନୁହେଁ ତାହାର କାରଣ ମଧ୍ୟ ସେ କହିଛନ୍ତି। ‌ସେ କହିଲେ, ମୁଁ ତାମିଲନାଡୁରେ ଜନ୍ମ ହୋଇଛି ଓ କଲେଜରେ ପାଠ ପଢ଼ିବା ବେଳେ ହିନ୍ଦୀ ବିରୋଧରେ ଆନ୍ଦୋଳନ ଚାଲିଥିଲା। ମୁଁ ହିଂସାତ୍ମକ ବିରୋଧ ମଧ୍ୟ ଦେଖିଛି। ବିରୋଧ ଏଭଳି ସ୍ତରରେ ଥିଲା ଯେ ହିନ୍ଦୀ ଭାଷା ଚୟନ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ରାଜ୍ୟ ସରକାର ଛାତ୍ର ବୃତ୍ତି ଦେଉନଥିଲେ। ବୟସ୍କ ହେବା ପରେ ନୂଆ ଭାଷା ଶିଖିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ କଷ୍ଟକର ବ୍ୟାପାର।

ତଥାପି ସେ ନିଜ ସ୍ବାମୀଙ୍କ ମାତୃଭାଷା ‌ତେଲୁଗୁ ଶିଖିଛନ୍ତି। ମାତ୍ର ବିଭିନ୍ନ କାରଣ ଯୋଗୁଁ ହିନ୍ଦୀ ଭଲ ଭାବେ ଶିଖିପାରିନାହିଁ ବୋଲି ନିର୍ମଳା ସ୍ବୀକାର କରିଛନ୍ତି। ମୁଁ ସଙ୍କୋଚର ସହ ହିନ୍ଦୀ କହୁଥିବାରୁ କଥାର ପ୍ରବାହ ପ୍ରଭାବିତ ହୋଇଥାଏ। ଏକଥା କହିବା ସତ୍ତ୍ବେ ଏହି କାର୍ଯ୍ୟକ୍ରମରେ ସେ ୩୫ ମିନିଟ୍ ପର୍ଯ୍ୟନ୍ତ ହିନ୍ଦୀରେ ଭାଷଣ ଦେଇଥିଲେ। ଏହି ଅବସରରେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ଶାସନ ଭାର ଗ୍ରହଣ ନକରିବା ପର୍ଯ୍ୟନ୍ତ ଦେଶରେ ପ୍ରଗତି ହେଉନଥିଲା।

ସମ୍ବନ୍ଧିତ ଖବର