ନୂଆଦିଲ୍ଲୀ : କିଛି ମାସ ହେବ ଲାଗାତାର ଭାବରେ ବୋଇଙ୍ଗ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ କମ୍ପାନୀଙ୍କୁ ନେଇ ବିବାଦ ଦେଖା ଦେଇଛି । ଏହାକୁ ବନ୍ଦ କରିବା ପାଇଁ ଅନେକ ଲୋକ ଅଭିଯୋଗ କରିଥିବା ବେଳେ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଏବେ ଏଭଳି ଅଭିଯୋଗ ଆଣିଛନ୍ତି ପାଇଲଟ୍ ଭବ୍ୟ ସୁନେଜାଙ୍କ ପତ୍ନୀ ଗରିମା ସେଠି । ଅକ୍ଟୋବର ୨୯ରେ ଲାୟନ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁ ଦୁର୍ଘଟଣାରେ ୧୮୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଇଲଟ୍ ଭବ୍ୟ ସୁନେଜାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ପରେ ପରେ ଗରିମା ଏକ ସାକ୍ଷାତକାରରେ ବୋଇଙ୍ଗ୍ ନିଜ ଯାତ୍ରୀମାନଙ୍କ ଜୀବନ ସହ ଖେଳୁଥିବା କହିଥିଲେ । ଘଟଣାର ୩ ମାସ ପରେ ସେ ଇଣ୍ଡୋନେସିଆନ୍ ବିମାନ ସଂସ୍ଥାର ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଦେଖା କରି ବୋଇଙ୍ଗ୍ ୭୩୭ ମାକ୍ସ ଜେଟ୍ର ଉଡ଼ାଣ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଗରିମାଙ୍କ ଅନୁରୋଧକୁ ଅଣଦେଖା କରାଯିବା ସହ ଉଡ଼ାଣ ବନ୍ଦ କରିବା ପାଇଁ ଦୁର୍ଘଟଣା ସହ ଜଡ଼ିତ ଅଧିକ ସୂଚନା ଦରକାର ବୋଲି କୁହାଯାଇଥିଲା ।
/sambad/media/post_attachments/wp-content/uploads/2019/04/boeing_737_max_lion_air_crash_indian_pilot_garima_sethi_bhavye_suneja_1554187641_725x725-300x200.jpg)
ତାଙ୍କର ଅନୁରୋଧ ରଖା ଯାଇଥିଲେ, ଇଥିଓପିଆରେ ହୋଇଥିବା ବୋଇଙ୍ଗ୍ ମାକ୍ସ ଜେଟ୍ର ଦୁର୍ଘଟଣାକୁ ରୋକା ଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ଏତେ ଦୁର୍ଘଟଣା ହେବା ପରେ ମଧ୍ୟ ୭୩୭ ମାକ୍ସ ଜେଟ୍ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ବୋଲି କମ୍ପାନୀ ଦାବି କରି ଆସୁଛି । କିନ୍ତୁ କାମରେ ଦେଖାଇ ପାରୁ ନାହିଁ ବୋଲି କହିଛନ୍ତି ଗରିମା ।