ନୂଆଦିଲ୍ଲୀ: ବୋଇଂ କମ୍ପାନି ଦ୍ବାରା ନିର୍ମିତ ୭୮୭-୮ ଡ୍ରିମଲାଇନର୍‌ ବିମାନର ଭୟଙ୍କର ଦୁର୍ଘଟଣା ଅହମଦାବାଦରେ ହେବାର ପ୍ରଭାବ କମ୍ପାନିର ସେୟାର ମୂଲ୍ୟ ଉପରେ ମଧ୍ୟ ପଡ଼ିଛି। ଆମେରିକାରେ ଏହି କମ୍ପାନିର ସେୟାର ମୂଲ୍ୟ ଆଜି ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଆମେରିକାର ଏସ୍‌ ଆଣ୍ଡ୍‌ ପି ୫୦୦ ସୂଚକାଙ୍କରେ ବୋଇଂ ସେୟାର ମୂଲ୍ୟ ସର୍ବାଧିକ କମିଛି।  ବୁଧବାର ଏହି କମ୍ପାନିର ସେୟାର ମୂଲ୍ୟ ୦.୮ ପ୍ରତିଶତ ହ୍ରାସ ଘଟି ୨୧୪ ଡଲାରରେ ରହିଥିଲା। ଦୁଇ ଦିନ ହେଲା ବୋଇଂର ସେୟାର ମୂଲ୍ୟ କମୁଛି। ଦୁର୍ଘଟଣା ଖବର ମିଳିବା ପରେ ବୋଇଂ କହିଛି ଯେ, ଆମେ ପ୍ରାରମ୍ଭିକ ରିପୋର୍ଟ ନେଇ ଅବଗତ ଅଛୁ। ଅଧିକ ସୂଚନା ସଂଗ୍ରହ ପାଇଁ ଉଦ୍ୟମ କରାଯାଉଛି। 

Advertisment

ଏପଟେ ଭାରତରେ ମଧ୍ୟ ବିମାନସେବା ପ୍ରଦାନକାରୀ କମ୍ପାନିଗୁଡ଼ିକର ସେୟାର ଦର ଆଜି ହ୍ରାସ ଘଟିଛି। ନ୍ୟାସନାଲ ‌ଷ୍ଟକ ଏକ୍ସଚେଞ୍ଜରେ ଇଣ୍ଡିଗୋର ସେୟାର ମୂଲ୍ୟ ୧୮୭ ଟଙ୍କା ବା ୩.୩୨ ପ୍ରତିଶତ ଖସି ୫୪୪୪ ଟଙ୍କାରେ ରହିଛି। ସେହିଭଳି ସ୍ପାଇସଜେଟ୍‌ର ସେୟାର ମୂଲ୍ୟ ୨.୬ ପ୍ରତିଶତ କମି ୪୪ ଟଙ୍କା ୬୮ ପଇସାରେ ରହିଛି।