ଭୁବନେଶ୍ୱର: ଦୀର୍ଘ ସାତ ବର୍ଷ ହେଲାଣି କଞ୍ଚାମାଲ ଅଭାବ ସମସ୍ୟା ଦେଇ ଗତି କରୁଥିବା ବେଦାନ୍ତକୁ ରାଜ୍ୟ ସରକାର ଦୁଇଟି ବକ୍ସାଇଟ୍ ଖଣି ପ୍ରଦାନ କରିଛନ୍ତି। ଏହା ଦ୍ୱାରା କଂପାନିର କଞ୍ଚାମାଲ ଅଭାବ ଦୂର ହୋଇଯିବ ବୋଲି ଆଶା କରାଯାଉଛି। ବେଦାନ୍ତର ବାର୍ଷିକ ଆବଶ୍ୟକତା ୨୦ ନିୟୁତ ଟନ୍ ବକ୍ସାଇଟ୍ ହୋଇଥିବା ବେଳେ ଏହି ଦୁଇ ଖଣିରୁ କଂପାନି ୧୫ ନିୟୁତ ଟନ୍ ବକ୍ସାଇଟ୍ ପାଇପାରିବ। ଏହି ଦୁଇ ଖଣି ବେଦାନ୍ତର ୭୫% ବକ୍ସାଇଟ୍ ଆବଶ୍ୟକତା ପୂରଣ କରିପାରିବ। ବେଦାନ୍ତର ପ୍ରତିଷ୍ଠାତା ତଥ୍ୟା ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ଵାଲ୍ ସ୍ପଷ୍ଟ କରିଛନ୍ତି ଯେ କଂପାନିକୁ ଏହି ଦୁଇଟି ଖଣି ମିଳିଛି। ୨୦୧୩ ପରଠାରୁ ବେଦାନ୍ତ କଞ୍ଚାମାଲ ସମସ୍ୟା ଦେଇ ଗତି କରୁଥିଲା। ଓଡ଼ିଶାରେ ବେଦାନ୍ତ ପକ୍ଷରୁ ଦୁଇଟି ସ୍ମେଲଟର, ରିଫାଇନାରି ଏବଂ ପାଓ୍ଵାର ପ୍ଲାଣ୍ଟ୍ରେ ୫୦ ହଜାର କୋଟି ଟଙ୍କା ନିବେଶ କରାଯାଇଛି। ବିଗତ ୧୫ ବର୍ଷ ଭିତରେ ଓଡ଼ିଶାରେ ଏତେ ପରିମାଣର ପୁଞ୍ଜିନିବେଶ କୌଣସି କର୍ପୋରେଟ୍ ସଂସ୍ଥା କରିନାହାନ୍ତି। ବେଦାନ୍ତର ଦୁଇଟି ସ୍ମେଲଟର ଝାରସୁଗୁଡ଼ାରେ ରହିଛି ଯାହାର କ୍ଷମତା ହେଉଛି ୧.୭୫ ନିୟୁତ ଟନ୍। ଲାଞ୍ଜିଗଡ଼ଠାରେ ଏହାର ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ରିଫାଇନାରି ରହିଛି।
ବେଦାନ୍ତକୁ ଦୁଇଟି ବକ୍ସାଇଟ୍ ଖଣି
/sambad/media/post_attachments/wp-content/uploads/2018/01/vedanta_aluminium-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)