ଇଲେକ୍ଟ୍ରିକ ଭର୍ସନରେ ଆସିପାରେ ବୋଲେରୋ

ନୂଆଦିଲ୍ଲୀ: ମହିନ୍ଦ୍ରାର ସବୁଠାରୁ ଲୋକପ୍ରିୟ ଗାଡି ମଧ୍ୟରେ ବୋଲେରୋ ଅନ୍ୟତମ | ଭାରତର ରାସ୍ତାରେ ଆପଣ ଅନେକ ସମୟରେ ବୋଲେରୋ ଗାଡି ଦେଖିଥିବେ | ତେବେ ବୋଲେରୋପ୍ରେମୀଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି | ବାସ୍ତବରେ ମହିନ୍ଦ୍ରା ଅନେକ ନୂତନ ମଡେଲଗୁଡିକ ଆସନ୍ତା ୫-୬ ବର୍ଷ ମଧ୍ୟରେ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି, ଯାହା ମଧ୍ୟରେ ଏସୟୁଭି ଏବଂ ଇଭି ଭର୍ସନରେ ଆସିବ | ମହିନ୍ଦ୍ରା ବୋଲେରୋ ହେଉଛି ଏକ ମଡେଲ ଯାହା ଏକ ବୈଦ୍ୟୁତିକ ଭର୍ସନରେ ଆସିବ | ଏକ ରିପୋର୍ଟ ମୁତାବକ ୨୦୨୬ ସୁଦ୍ଧା ମହିନ୍ଦ୍ରା କିଛି ନୂଆ ମଡେଲ ଲଞ୍ଚ କରିବାକୁ ଥିବାବେଳେ ବୋଲେରୋ ଇଭି ୨୦୩୦ ସୁଦ୍ଧା ବଜାରକୁ ଆସିବ | ବୋଲେରୋ ଇଭିର କୋଡ ନାମ ୟୁ୧୭୧ ରଖାଯାଇଥିବାବେଳେ ନୂତନ ବୋଲେରୋରେ ଉନ୍ନତ ଡିଜାଇନ୍ଏବଂ ଏକ ନୂତନ ମୋଟର ରହିବ ବୋଲି ଆଶା କରାଯାଉଛି | କେତେକ ରିପୋର୍ଟ ଅନୁଯାୟୀ, ବୋଲେରୋକୁ ବାଦ ଦେଲେ କମ୍ପାନୀ ଖୁବ ଶୀଘ୍ର ଏକ ନୂତନ ୨.୨ ଲିଟର ଟର୍ବୋ ଡିଜେଲ ଇଞ୍ଜିନ୍ ମଧ୍ୟ ବିକଶିତ କରୁଛି |

ଏହା ବାଦ ଖୁବ ଶୀଘ୍ର ନୂଆ ଭର୍ସନ ବୋଲେରୋ ମଧ୍ୟ ଲଞ୍ଚ କରାଯିବ | ଯାହା ୧.୫ ଲିଟର ଟର୍ବୋ ଡିଜେଲ ଇଞ୍ଜିନର ବିକଳ୍ପ ସହିତ ଆସିବ | କୁହାଯାଉଛି ଯେ ଏହି ନୂଆ ବୋଲେରୋ ଏସୟୁଭି ପୂର୍ବ ଅପେକ୍ଷା ଅଧିକ ନିରାପଦ ହେବ, କାରଣ ଏଥିରେ ଡୁଆଲ୍ ଏୟାରବ୍ୟାଗ, ଗାଡି ରିଭର୍ସ ପାର୍କିଂ ସେନ୍ସର, ଏବିଡି ସହିତ ଏବିଏସ୍, ସ୍ପିଡ୍ ଆଲର୍ଟ ସିଷ୍ଟମ୍, ଡ୍ରାଇଭର ଏବଂ କୋ-ଡ୍ରାଇଭର ସିଟ୍ ବେଲ୍ଟ ରିମାଇଣ୍ଡର୍ ରହିବ | ସେଣ୍ଟ୍ରାଲ ଲକିଂ ସିଷ୍ଟମ୍ ପାଇଁ ମାନୁଆଲ୍ ଓଭରଡାଇଡ୍ ଭଳି ବୈଶିଷ୍ଟ୍ୟଗୁଡିକ ମାନକ ଭାବରେ ଦିଆଯାଇପାରେ | ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ବୋଲେରୋ ଟଚସ୍କ୍ରିନ ଇନଫୋଟେନ୍ମେଣ୍ଟ ସିଷ୍ଟମ, ପାୱାର ୱିଣ୍ଡୋ, ପଛ ଏସି ଭେଣ୍ଟ ସହିତ ନୂତନ ଏସି ୟୁନିଟ୍, ମଲ୍ଟି ଫଙ୍କସନାଲ ଇନଷ୍ଟ୍ରୁମେଣ୍ଟ କନସୋଲ ଇତ୍ୟାଦି ସହ ଆସିପାରେ | ତେବେ ବୋଲେରୋ ଇଭିର ବ୍ୟାଟେରୀ ବିଷୟରେ ସବିଶେଷ ତଥ୍ୟ ମିଳିନଥିଲେ ବି ମହିନ୍ଦ୍ରା ପକ୍ଷରୁ କୁହାଯାଇଛି ଯେ ଏହାର ନୂତନ ପ୍ଲାଟଫର୍ମରେ ୬୦କିଲୋୱାଟ – ୮୦କିଲୋୱାଟ କ୍ଷମତା ବିଶିଷ୍ଟ ବ୍ୟାଟେରୀ ପ୍ୟାକ୍ ରହିବ, ଯାହା ଯଥାକ୍ରମେ ୩୨୫ କିଲୋମିଟର ଏବଂ ୪୩୫ କିଲୋମିଟର-୪୫୦ କିଲୋମିଟର ରେଞ୍ଜ ଯୋଗାଇବାରେ ସକ୍ଷମ ହେବ |

ସମ୍ବନ୍ଧିତ ଖବର