ଭୁବନେଶ୍ବର : ଫୁଲନଖରା ଠାରେ ଥିବା ଆଦିତ୍ୟ ମୋଟର୍ସରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍ର ବୋଲେରୋ ନିଓକୁ ଉନ୍ମୋଚନ କରାଯାଇଛି। ଚୋଳମଣ୍ଡଳମ ଫାଇନାନ୍ସର ଜେଏସ୍ଏମ୍ ଅନିଲ ରାୱତ୍, ଆଦିତ୍ୟ ମୋଟର୍ସର ଏଜିଏମ୍-ବିକ୍ରି ଦେବାଶିଷ ଶୁକ୍ଳା, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଏରିଆ ସେଲସ୍ ମ୍ୟାନେଜର କିଶୋର କୌଶଳ ଓ ଆଦିତ୍ୟ ମୋଟର୍ସର ମହାପ୍ରବନ୍ଧକ ମନୋଜ କୁମାର ରଥଙ୍କ ଉପସ୍ଥିତିରେ ଏହାକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମହିନ୍ଦ୍ରା ଫାଇନାନ୍ସ, ଏଚ୍ଡିଏଫ୍ସି ଫାଇନାନ୍ସ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ଭଳି ବହୁ ଫାଇନାନ୍ସ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ। ବୋଲୋରୋ ନିଓର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୮.୪୮ ଲକ୍ଷ ଟଙ୍କା। ସାତ ସିଟ୍ ବିଶିଷ୍ଟ ବୋଲେରୋ ନିଓ ତିନିଟି ଭାରିଆଣ୍ଟ୍ ଓ ସାତ ପ୍ରକାର ରଙ୍ଗରେ ଉପଲବ୍ଧ ହୋଇଛି। ଏକ ଆଧୁନିକ ଏସ୍ୟୁଭି ଭଳି ଏଥିରେ ୭ ଇଞ୍ଚ୍ର ଟଚ୍ସ୍କ୍ରିନ୍ ସହିତ ଅନେକ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି। ନୂଆ ପିଢ଼ିର ଗ୍ରାହକମାନଙ୍କୁ ନଜରରେ ରଖି କଂପାନି ଏହାକୁ ବିକଶିତ କରିଛି।
ଆଦିତ୍ୟ ମୋଟର୍ସରେ ‘ବୋଲେରୋ ନିଓ’
/sambad/media/post_attachments/wp-content/uploads/2021/07/bolero-neo-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)