ବୋମା ଗୁଜବ: ୧ ଘଣ୍ଟା ଅଟକି ରହିଲା ଲକ୍ଷ୍ନୌ-ବରୌନି ଏକ୍ସପ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରବିବାର ଏକ ବୋମା ଗୁଜବକୁ ନେଇ ଲକ୍ଷ୍ନୌ-ବରୌନି ଏକ୍ସପ୍ରେସକୁ ୧ ଘଣ୍ଟା ବାତିଲ୍‌ କରି ଦିଆଯାଇଥିବା ସୂଚନା ରହିଛି। ଏ ନେଇ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପିପିରସଣ୍ଡ୍‌ ଷ୍ଟେସନ୍‌ର ଷ୍ଟେସନ୍‌ ମାଷ୍ଟର୍‌ଙ୍କ ନିକଟରୁ କେହି ଜଣେ କଲ୍‌ କରି ଟ୍ରେନ୍‌ରେ ବୋମା ଥିବା ସୂଚନା ଦେଇଥିଲା। ଯାହାକି, ଏକ ଭୟ ସୃଷ୍ଟି କରାଇଥିଲା।

ହିନ୍ଦୁସ୍ତାନ ଟାଇମ୍ସ ପ୍ରକାଶ କରିଥିବା ରିପୋର୍ଟ ମୁତାବକ, ଲକ୍ଷ୍ନୌରୁ ୨୫ କିଲୋମିଟର ଦୂରରେ ଥିବା ପିପାରସଣ୍ଡ୍‌ ଷ୍ଟେସନ୍‌ ମାଷ୍ଟର୍‌ ଫୋନ୍‌ କଲ ପାଇବା ପରେ ସରକାରୀ ରେଳବାଇ ପୁଲିସ୍‌(ଜିଆର୍‌ପି) ଏବଂ ଅନ୍ୟ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ସେ ସୂଚନା ଦେବାର କିଛି ସମୟ ପରେ ବୋମା ନିସ୍କ୍ରିୟକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଲକ୍ଷ୍ନୌ ଆଡ଼େ ଯାଉଥିବା ଟ୍ରେନ୍‌ଟିକୁ ଯାଞ୍ଚ କରିବା ପାଇଁ ଜିଆର୍‌ପି ପିପାରସଣ୍ଡ୍‌ ଷ୍ଟେସନ୍‌ରେ ଅଟକାଇ ଦେଇଥିଲା। ଟ୍ରେନ୍‌ଟିକୁ ଭଲ କରି ଦେଖିବା ପରେ ଏହା ଏକ ଗୁଜବ ଖବର ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର