ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଉତ୍ପାଦକ ଭିତ୍ତିକ ବୋନସ (ପିଏଲ୍ବି) ପ୍ରଦାନକୁ ଅନୁମୋଦନ କରାଯାଇଛି। ରେଳବାଇ, ଡାକ, ପ୍ରତିରକ୍ଷା, ଇପିଏଫ୍ଓ, ଇଏସ୍ଆଇସି ଆଦି ସଂସ୍ଥାରେ କାର୍ଯ୍ୟ କରୁଥିବା ୧୬.୯୭ ଲକ୍ଷ ଅଣ ଗେଜେଟେଡ କର୍ମଚାରୀ ଏହା ଦ୍ବାରା ଉପକୃତ ହେବେ। ସେମାନଙ୍କୁ ବୋନସ୍ ଦେବାରେ ୨୭୯୧ କୋଟି ଟଙ୍କା ବ୍ୟୟ ହେବ। ସେହିପରି ଅଣ ଉତ୍ପାଦକତା ଭିତ୍ତିକ ବା ଆଡ୍ହକ୍ ବୋନସ୍ ମଧ୍ୟ ୧୩.୭୦ ଲକ୍ଷ ଅଣ ଗେଜେଟେଡ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଏବାବଦ ୯୪୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ମଧ୍ୟ ସରକାରଙ୍କୁ ବହନ କରିବାକୁ ପଡିବ। ମୋଟ୍ ଉପରେ ୩୦.୬୭ ଲକ୍ଷ କର୍ମଚାରୀ ବୋନସ୍ ପାଇବେ। ସରକାରଙ୍କୁ ଏଥିପାଇଁ ସମୁଦାୟ ୩୭୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ। ପୂର୍ବ ବର୍ଷ ମାନଙ୍କରେ ଅଣଗେଜେଟେଡ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ଲାଗି ବୋନସ ସାଧାରଣତଃ ଦଶହରା ପୂର୍ବରୁ ପ୍ରଦାନ କରାଯାଇଥାଏ। ଉଭୟ ଉତ୍ପାଦକ ଭିତ୍ତିକ ଓ ଅଣ ଗେଜେଟେଡ କର୍ମଚାରୀଙ୍କୁ ଆଡହକ ବୋନସ୍ ତୁରନ୍ତ ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ।
କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା
/sambad/media/post_attachments/wp-content/uploads/2020/10/bonus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)