ଏବେ ଅନଲାଇନରେ ରେଳଟିକେଟ୍ ବୁକ କରନ୍ତୁ, ୧୫ ଦିନ ପରେ ଟଙ୍କା ଦିଅନ୍ତୁ

ନୂଆଦିଲ୍ଲୀ : ଏଣିକି ଗ୍ରାହକମାନେ ଅନ୍ ଲାଇନରେ ଇ-ଟିକେଟ ବୁକିଂ କରି ୧୫ ଦିନ ପରେ ଭଡ଼ାବାବଦ ଅର୍ଥ ଦେଇପାରିବେ । ଏ ନେଇ ଏକ  ଯୋଜନା ରେଳବାଇ ଆରମ୍ଭ କରିଛି । ତେବେ ଏବେ ଏହାର ପରୀକ୍ଷାମୂଳକ ପ୍ରୟୋଗ କରାଯାଉଛି, ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ ।

ଇଣ୍ଡିଆନ ରେଲୱେଜକ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେସନ ଲିମିଟେଡ (IRCTC) ତରଫରୁ  ମେସର୍ସ ଅର୍ଥଶାସ୍ତ୍ର ଫିନଟେକ୍ ପ୍ରାଇଭେଟ ଲିମିଟେଡ ଦ୍ୱାରା ‘ଇ-ପେ’ଲେଟର’ ନାମରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ଯୋଜନାରେ ଆଇଆରସିଟିସି ୱେବସାଇଟ ମାଧ୍ୟମରେ ଇ-ଟିକେଟରେବୁକିଂ କରି ୧୫ ଦିନ ପରେ ଦେୟ ପ୍ରଦାନର ବ୍ୟବସ୍ଥା ରହିଛି । ‘ଇ-ପେଲେଟର’ ବ୍ୟବହାର ପାଇଁ ମୋଟ ଦେୟ ଉପରେ ୩.୫୦% ସର୍ଭିସ ଚାର୍ଜଏବଂ ଅନ୍ୟାନ୍ୟ ଶୁଳ୍କ ଲାଗୁ ହେବ । ଆଇଆରସିଟିସି ମାଧ୍ୟମରେ ଅନଲାଇନରେ ଟିକେଟ ବ୍ୟବସ୍ଥା ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଏହାକୁ ଏକ ନଗଦବିହୀନ ବ୍ୟବସ୍ଥା ଭାବେ ପ୍ରୋତ୍ସାହିତ କରାଯାଉଛି । ଆଇଆରସିଟିସି ୱେବସାଇଟର ଦେୟ ପୃଷ୍ଠାରେ ଇପେଲେଟର ଦେୟ ବ୍ୟବସ୍ଥା ରହିଛି । ଏହାର ସମସ୍ତ ସର୍ତ୍ତ, ସର୍ଭିସ ଚାର୍ଜ ଏବଂ ଶୁଳ୍କର ବିବରଣୀଉକ୍ତ ପୃଷ୍ଠାରେ ରହିଛି । ଯାତ୍ରୀମାନେ ଯେପରି ଅଧିକରୁ ଅଧିକ ଅନଲାଇନ ଟିକେଟିଂ ପ୍ରତି ଆକର୍ଷିତ ହେବେ ସେହି  ଉଦ୍ଦେଶ ନେଇ ଏହା ଆରମ୍ଭ କରାଯାଇଛି ।

 

 

ସମ୍ବନ୍ଧିତ ଖବର