ନୂଆଦିଲ୍ଲୀ : ଟାଟା ମୋଟର୍ସ ଅନ୍ତର୍ଗତ ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ଏହାର ବିଳାସପୂର୍ଣ୍ଣ ଏବଂ ଡାଇନାମିକ୍ ରେ ରୋଭର ସ୍ପୋର୍ଟସ ଏସ୍ଭିଆର୍ ଏବଂ ରେ ରୋଭର ଏସ୍ଭିଅଟୋବାୟୋଗ୍ରାଫିର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଭୟ ଯାନ ସ୍ପେସିଆଲ୍ ଭେଇକିଲ୍ ଅପରେଶନ୍(ଏସ୍ଭିଓ) ମାଧ୍ୟମରେ ବିକଶିତ ହୋଇଛି । ଏଥିରେ ୫.୦ ଲିଟର ସୁପର ଚାର୍ଜଡ୍ ଭି-୮ ଇିନ୍, ୪୨୩ କିଲୋୱାଟ ୍ ପାୱାର ଆଉଟପୁଟ ଏବଂ ୭୦୦ଏନ୍ଏମ୍ ଟର୍କ ଆଦି ବୈଶିଷ୍ଟ୍ୟ ରହିଛି। ମାତ୍ର ୪.୫ ସେକେଣ୍ଡରେ ଏହା ଘଣ୍ଟା ପ୍ରତି ୦-୧୦୦ କିମି ଗତି ହାସଲ କରିପାରିଥାଏ। ଏଥିରେ କାର୍ବନ ଫାଇବର ବନେଟ୍ ରହିଛି। ସେହିପରି ରେ ରୋଭର ଏସ୍ଭିଅଟୋବାୟୋଗ୍ରାଫିରେ ହ୍ଵିଲ୍ ବେସ୍ ୨.୯୨ ମିଟର, ୪୧୬ କିଲୋୱାଟ୍, ୨୪ ୱେ ହଟ୍-ଷ୍ଟୋନ୍ ମାସେଜ୍ ସିଟ୍, ପିକ୍ସଲେ-ଲେଜର ଏଲଇଡି ହେଡ୍ ଲାଇଟ୍ ଆଦି ବୈଶିଷ୍ଟ୍ୟ ରହିଛି। ଏହାର ୪.୪ ଲିଟର ଏସଡିଭି-୮ ଇିନ୍ର ପାୱାର ୨୫୦ କିଲୋୱାଟ ଥିବାବେଳେ ଟର୍କ ୭୪୦ ଏନ୍ଏମ୍ ରହିଛି। ସେହିପରି ୫.୦ ଲିଟର ଭି-୮ ସୁପର ଚାର୍ଜଡ୍ ଭି-୮ ଇିନ୍ର ପାୱାର ୪୧୬ କିଲୋୱାଟ ଥିବାବେଳେ ଟର୍କ ୭୦୦ ଏନ୍ଏମ୍ ଥିବାବେଳେ ୫.୦ ଲିଟର ଭି-୮ ସୁପର ଚାର୍ଜଡ୍ ଭି-୮ ଇିନ୍ର ପାୱାର ୪୨୩ କିଲୋୱାଟ ଥିବାବେଳେ ଟର୍କ ୭୦୦ ଏନ୍ଏମ୍ ରହିଛି। ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍ ରୋଭର ରେ୍ ମଧ୍ୟରେ ଡିସକଭର ସ୍ପୋର୍ଟସର ମୂଲ୍ୟ ୪୩.୮୦ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ରେ ରୋଭର ଇଭାକ୍ୟୁର ମୂଲ୍ୟ ୫୧.୮୩ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଅଲ ନିୟୁ ଡିସକଭର ମୂଲ୍ୟ ୭୧୧.୩୮ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ନିୟୁ ରେ୍ ରୋଭର ଭେଲାର ମୂଲ୍ୟ ୮୦.୯୨ ଲକ୍ଷ ଟଙ୍କା, ରେ୍ ରୋଭର ସ୍ପୋର୍ଟସ୍ ମୂଲ୍ୟ ୯୯.୪୮ ଲକ୍ଷ ଟଙ୍କା ଏବଂ ରେ ରୋଭର ମୂଲ୍ୟ ୧୭୪,୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।
ଭାରତରେ ରେଞ୍ଜ ରୋଭର ସ୍ପୋର୍ଟସ ଏସ୍ଭିଆର୍ ଏବଂ ରେଞ୍ଜ୍ ରୋଭର ଏସ୍ଭି-ଅଟୋବାୟୋଗ୍ରାଫିର ବୁକିଂ ଆରମ୍ଭ
/sambad/media/post_attachments/wp-content/uploads/2018/06/Range-Rover-SVAutobiography-Dynamic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)