ଭୁବନେଶ୍ବର: ଟୟୋଟା ପକ୍ଷରୁ ଇସ୍ପିରିଟ୍ ଟୟୋଟାରେ ନୂଆ ହାଇବ୍ରିଡ୍ ଏସ୍ୟୁଭି ଅର୍ବାନ କ୍ରୁଜର ହାଇରାଇଡର୍କୁ ପ୍ରଦର୍ଶିତ କରାଯାଇଛି। ଏଥି ସହିତ ଏହି ଗାଡ଼ିର ବୁକିଂ ମଧ୍ୟ ଆରମ୍ଭ ହୋଇଛି। ପୂଜା ସିଜନରେ ଏହାକୁ ଉନ୍ମୋଚନ କରାଯିବ ଓ ତାହାର ଡେଲିଭରି ମଧ୍ୟ ଆରମ୍ଭ ହେବ। ଏହା ଫୁଲ୍ ହାଇବ୍ରିଡ୍ ଓ ମାଇଲ୍ଡ ହାଇବ୍ରିଡ୍ ଭଳି ଦୁଇ ପ୍ରକାରରେ ଉପଲବ୍ଧ ହେବ। ଫୁଲ୍ ହାଇବ୍ରିଡ୍ରେ ଏହାର ୩ଟି ଭାରିଆଣ୍ଟ୍ ଓ ମାଇଲ୍ଡ ହାଇବ୍ରିଡ୍ରେ ୮ଟି ଭାରିଆଣ୍ଟ୍ ରହିବ। ସେଥିରେ ଗୋଟିଏ ଅଲ୍ ହ୍ବିଲ୍ ଡ୍ରାଇଭ୍ (ଏଡବ୍ଲୁଡି) ଭାରିଆଣ୍ଟ୍ ରହିଛି। ଗାଡ଼ିଟି ଅଧିକାଂଶ ସମୟ ବ୍ୟାଟେରି ଦ୍ବାରା ପରିଚାଳିତ ହେବ ଓ କମ୍ ସମୟ ଇଞ୍ଜିନ ଉପରେ ନିର୍ଭରଶୀଳ ରହିବ। ଏହି ବର୍ଗରେ ଏହା ହେଉଛି ପ୍ରଥମ ହାଇବ୍ରିଡ୍ ଗାଡ଼ି। ଫୁଲ୍ ହାଇବ୍ରିଡ୍ ମଡେଲ୍ରେ ଲିଟର ପିଛା ୨୯.୯୭ କିମି ମାଇଲେଜ୍ ଓ ନିଓ ଡ୍ରାଇଭ୍ରେ ଲିଟର ପିଛା ୨୧ କିମି ମାଇଲେଜ୍ ମିଳିବ। ମାଇଲ୍ଡ ହାଇବ୍ରିଡ୍ ମଡେଲ୍ରେ ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ ଓ ୧୨ ଭୋଲ୍ଟର ଅତିରିକ୍ତ ବ୍ୟାଟେରି ରହିଛି। ସେହିପରି, ଫୁଲ୍ ହାଇବ୍ରିଡ୍ ମଡେଲ୍ରେ ୧.୫ ଲିଟରର ଟିଏନ୍ଜି ଇଞ୍ଜିନ ଓ ୧୭୭ ଭୋଲ୍ଟର ଲିଥିଅମ୍-ଆୟନ ବ୍ୟାଟେରି ରହିଛି। ଏଥିରେ ବହୁ ସୁବିଧା ସୁଯୋଗ ଓ ନିରାପତ୍ତା ବ୍ୟବସ୍ଥା ରହିଛି। ପାନୋରାମିକ୍ ସନ୍ରୁଫ୍ ଓ ୯ ଇଞ୍ଚ୍ର ଇନ୍ଫୋଟେନ୍ମେଣ୍ଟ୍ ସିଷ୍ଟମ୍ ହେଉଛି ଏହାର ଅନ୍ୟତମ ଆକର୍ଷଣ।
ଟୟୋଟାର ନୂଆ ଅର୍ବାନ କ୍ରୁଜର ‘ହାଇରାଇଡର୍’: ବୁକିଂ ଆରମ୍ଭ, ପୂଜା ଋତୁରେ ଡେଲିଭରି
/sambad/media/post_attachments/wp-content/uploads/2022/07/56465465ddadgdgaagdgd.jpg)