ହୋଣ୍ଡା ସିବି୩୦୦ଆର ପାଇଁ ଭାରତରେ ବୁକିଂ ଆରମ୍ଭ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଅ। ପ୍ରାଇଭେଟ ଲିମିଟେଡ ପକ୍ଷରୁ ନିଓ ସ୍ପୋର୍ଟସ କାଫେ ଦ୍ୱାରା ଅନୁପ୍ରାଣିତ ନୂଆ ସିବି୩୦୦ଆର ପାଇଁ ଭାରତରେ ବୁକିଙ୍ଗ ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଭାରତୀୟ ବଜାରରେ ଜାପାନ କାରିଗରିରେ ପ୍ରସ୍ତୁତ ଏହି ବାଇକ କଂପ୍ଲିଟ୍‌ଲି ନକଡ ଡାଉନ (ସିକେଡି) ରୁଟରେ ଉପଲବ୍ଧ ହେବ।

ଏ ସଂପର୍କରେ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଅ। ପ୍ରାଇଭେଟ ଲିମିଟେଡ କହିଛନ୍ତି ଯେ,  ସିବି୩୦୦ଆର ହେଉଛି ନୂତନ ଚିନ୍ତାଧାରା ଓ ଅନୁଭୂତି ଚାହୁଁଥିବା ଉତ୍ସାହୀଙ୍କ ପାଇଁ ଉପଯୁକ୍ତ। ଏହା ଦେନିକ ଗାଡ଼ିଚାଳନାରେ କେବଳ ଉତ୍ସାହ ଆଣିବ ତାହା ନୁହେଁ ନିଓ ସ୍ପୋର୍ଟସ କାଫେ ଷ୍ଟାଇଲର ସିବି୩୦୦ଆର ନିଶ୍ଚିତ ରୂପେ ରାସ୍ତାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ। ସିବି୩୦୦ ଆର ହେବ ମେଡ ଇନ ଇଣ୍ଡିଆ ଏବଂ ଏହାର ଏକ୍ସ ସୋରୁମ ମୂଲ୍ୟ ୨.୫ ଲକ୍ଷ ଟଙ୍କା ରହିବ । ଆଜି ଠାରୁ ଆରମ୍ଭ ହୋଇଥିବା ବୁକିଙ୍ଗ ପାଇଁ ଆମେ ସମସ୍ତ ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛୁ। ସିବ୩୦୦ଆରରେ ରହିଛି ୨୮୬ ସିସି ଡିଓଏଚସି ୪ ଭାଲଭ ଲିକ୍ୱିଡ କୁଲଡ ସିଙ୍ଗଲ ସିଲିଣ୍ଡର ଇଂଜିନ, ଏହାର ଆଗରେ ଡିସ୍କ ବ୍ରେକ, ଏବିଏସ ଜି-ସେନସର ରହିଛି। ଏଥିରେ ସମ୍ପୂର୍ଣ୍ଣ ଏଲଇଡି ଲାଇଟିଂର ବ୍ୟବସ୍ଥା ରହିଛି। ଏହା ଦୁଇଟି ରଙ୍ଗ ମାଟେ ଆକସିସ ଗ୍ରେ ମେଟାଲିକ ଏବଂ କ୍ୟାଣ୍ଡି କ୍ରମୋସ୍ଫିୟର ରେଡରେ ଉପଲବ୍ଧ ହେବ। ଏହି ବାଇକ ପାଇଁ ଓଡ଼ିଶାର ଗ୍ରାହକମାନେ ପିଜିଏଲ ରାମଜୀ ମୋଟର୍ସ ପ୍ରାଇଭେଟ ଲିମିଟେଡରେ ୫୦୦୦ ଟଙ୍କା ଦେଇ ବୁକିଙ୍ଗ କରିପାରିବେ।

ସମ୍ବନ୍ଧିତ ଖବର