ଚେହେରା ହେବ ବୋର୍ଡିଂ ପାସ୍‌

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ଏଭଳି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି ଯାହା ଫଳରେ ବିମାନ ଯାତ୍ରୀମାନଙ୍କୁ ହାତରେ କାଗଜ ଟିକଟ କିମ୍ବା ବୋର୍ଡିଂ ପାସ୍ ନେଇ ଯାତ୍ରା କରିବାକୁ ପଡ଼ିବ ନାହିଁ। ସେମାନଙ୍କ ଚେହେରା ହିଁ ବୋର୍ଡିଂ ପାସ୍‌ର କାମ କରିବ। କେନ୍ଦ୍ର ସରକାର ‘ଡିଜି ଯାତ୍ରା’ ନାମକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ଦେଶ ଭିତରେ ଯାତାୟାତ କରୁଥିବା ବିମାନ ଯାତ୍ରୀମାନେ କାଗଜବିହୀନ ହୋଇ ବିମାନବନ୍ଦରରେ ପ୍ରବେଶ କରିପାରିବେ। ଫେସିଆଲ୍‌ ଅଥେଣ୍ଟିକେସନ୍ ଜରିଆରେ ଏହା ସମ୍ଭବ ହେବ। କିନ୍ତୁ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ପାଇଁ ‌ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନୂତନ ବ୍ୟବସ୍ଥାକୁ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ବିମାନ ବନ୍ଦରରେ ଲାଗୁ କରାଯିବ।

ସମ୍ବନ୍ଧିତ ଖବର