ମୁମ୍ବାଇ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ବି ପି କାନୁନଗୋଙ୍କ କାର୍ଯ୍ୟକାଳ ବଢ଼ିପାରେ। କାନୁନଗୋଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ଜଣେ ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତି କରିବା ଲାଗି ଚଳିତମାସ ୧୦ ତାରିଖରେ ସାକ୍ଷାତକାର ହେବାକୁ ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ସାକ୍ଷାତକାରକୁ ବାତିଲ କରି ଦିଆଯାଇଛି। ଫଳରେ କାନୁନଗୋଙ୍କ କାର୍ଯ୍ୟକାଳ ବଢ଼ିବା ନେଇ ଚର୍ଚ୍ଚା ହେଉଛି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ଏଥିପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏଥିପାଇଁ ସେମାନଙ୍କୁ ସାକ୍ଷାତକାର ଲାଗି ଡକାଯାଇଥିଲା। କିନ୍ତୁ ୫ ଜଣ ସାକ୍ଷାତକାର ନଦେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସାକ୍ଷାତକାରକୁ ବାତିଲ କରାଯାଇଥିବା ଅନୁମାନ କରାଯାଉଛି। ଶ୍ରୀ କାନୁନଗୋ ୨୦୧୭ ମସିହାରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୨ ତାରିଖରେ ଶେଷ ହୋଇଥିଲା। କିନ୍ତୁ ୨୦୨୦ ଏପ୍ରିଲ ୩ ତାରିଖରୁ କାର୍ଯ୍ୟକାଳ ବର୍ଷେ ପାଇଁ ବୃଦ୍ଧି କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ସେ ଏବେ ପର୍ଯ୍ୟନ୍ତ ପ୍ରାୟ ୪ ବର୍ଷ ଧରି କାର୍ଯ୍ୟ କଲେଣି। ୧୯୮୨ ମସିହାରେ ରିଜର୍ଭ ବ୍ୟାଙ୍କରେ ଯୋଗଦେଇଥିବା ଶ୍ରୀ କାନୁନଗୋ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ ସମ୍ଭାଳିଛନ୍ତି।
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ବି.ପି କାନୁନ୍ଗୋଙ୍କ କାର୍ଯ୍ୟକାଳ ବଢ଼ିପାରେ
/sambad/media/post_attachments/wp-content/uploads/2021/03/bp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)